Latest Odisha News

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି ଭଡାସୂତ୍ରରେ ବହି ଦେଇଥାନ୍ତି । କେବଳ ଭଡା ନୁହେଁ ବରଂ ସେ ଖୋଦ ସେହି ବହିଗୁଡିକ ପଢିବାରେ ମଧ୍ୟ ସେ ଖାସ୍ ରୁଚି ରଖନ୍ତି ।

ଅନ୍ଧେରୀ ରାସ୍ତାକଡରେ ରାକେଶଙ୍କର ଏକ ଛୋଟ ସେକେଣ୍ଡ ହ୍ୟାଣ୍ଡ ବହି ଦୋକାନ ରହିଛି । ଏହି ଦୋକାନରୁ ଆପଣ ଯେକୌଣସି ବହି ମାତ୍ର ୧୦ ଟଙ୍କା ଭଡା ଦେଇ ପଢିବାକୁ ନେଇପାରିବେ । ବହି ଦୋକାନୀ ରାକେଶଙ୍କ ଅନୁଯାୟୀ, ଲୋକେ ନିଜ ସଉକ ପୂରଣ କରିବାକୁ ଟଙ୍କା ରୋଜଗାର କରିଥାନ୍ତି । ହେଲେ ମୋତେ ବହି ପଢିବାକୁ ଭଲ ଲାଗେ, ଯାହା ବିନା ଖର୍ଚ୍ଚରେ ସମ୍ଭବ ହୋଇପାରିଛି ।

ରାକେଶ ନିଜର ବାମ ହାତ ହରାଇଛନ୍ତି । ହେଲେ ଏଥିପାଇଁ ସେ ଦୁଃଖିତ କି ନିରାଶ ନୁହଁନ୍ତି । ସବୁ ସମୟରେ ଲୋକେ ତାଙ୍କୁ ବଢି ପଢିବାରେ ଦେଖିବାକୁ ପାଇଥାନ୍ତି । ତାଙ୍କ ଦୋକାନରୁ ଆପଣ ଅନେକ ପ୍ରକାର ବହି ଭଡାସୂତ୍ରରେ ନେଇପାରିବେ । ହେଲେ ବହି ଫେରାଇବା ସର୍ତ୍ତରେ ହିଁ ସେ ଲୋକଙ୍କୁ ମାତ୍ର ୧୦ ଟଙ୍କା ଭଡାରେ ବହି ଦେଇଥାନ୍ତି ।

ଲକ୍‌ଡାଉନ୍ ସମୟରେ ରାକେଶ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ଅନେକ ଲୋକ ତାଙ୍କୁ ସହାୟତାର ହାତ ବଢାଇଥିଲେ । ହେଲେ ସେ ବେଶ ନମ୍ରତାର ସହ ଲୋକଙ୍କ ସହାୟତାକୁ ପ୍ରତ୍ୟାଖ୍ୟାନ କରିଥିଲେ । ମାନସିକ ସ୍ତରରେ ବେଶ ସୁଦୃଢ ଥିବା ରାକେଶ କେବେ ବି କାହା ସହ ଝଗଡା କରିବାରେ କେହି ଦେଖିନାହାଁନ୍ତି । ବରଂ ସେ ନିଜ ସଂସ୍ପର୍ଶରେ ଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାର ବହି ପଢିବାକୁ ଉତ୍ସାହିତ କରିଥାନ୍ତି ।

Comments are closed.