Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ମିଳିଲା ଜାମିନ; ଦୀର୍ଘ ତିନି ମାସ ପରେ ଜେଲ୍‌ରୁ ବାହାରିବେ ଶୌଭିକ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ଆଜି ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ପଚରାଉଚରା ପରେ ଶୌଭିକ୍‌ଙ୍କୁ ଏନସିବି ଦ୍ୱାରା ସେପ୍ଟେମ୍ବର ୨ରେ ଗିରଫ କରାଯାଇଥିଲା। ଅର୍ଥାତ୍ ପ୍ରାୟ ତିନିମାସ ପରେ ଶୌଭିକ୍‌ ଜେଲରୁ ବାହାରିବେ।

ଡ୍ରଗ୍ସ କ୍ରୟ ତଥା ବିକ୍ରୟ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ପ୍ରାୟ ୨୦ ଜଣଙ୍କ ଉପରେ ଏନସିବି ମାମଲା ରୁଜୁ କରିଥିଲା। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଏନସିବି ଗିରଫ କରିଥିଲା। ପରେ ରିୟାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ମାମଲା ରୁଜୁ ହୋଇଥିଲା। ଏହି ସଂପର୍କରେ ଏନସିବି ଏକ ମାମଲା ଦାୟର କରି ବହୁ ବଲିଉଡ୍‌ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲା।

ଏନସିବି ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ଅର୍ଜୁନ ରାମପାଲଙ୍କ ସମେତ ଅନେକ କଳାକାରଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.