Latest Odisha News

BREAKING NEWS

ହାଇ ହିଲ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଷ୍ଟାଇଲିସ୍ ଦେଖାଯିବାକୁ ଝିଅ/ପୁଅ ମାନେ ଅନେକ କଷ୍ଟକୁ ମଧ୍ୟ ଅଭ୍ୟାସରେ ପରିଣତ କରିଥାନ୍ତି।

ବିଶେଷ କରି ଝିଅ ମାନେ ଗ୍ଳାମରସ୍ ଦେଖାଯିବା ପାଇଁ ଅଧିକାଂଶ ସମୟ ହାଇ ହିଲସ୍ ପରିଧାନ କରନ୍ତି। ତେବେ ଆପଣବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ପାଇଁ କେତେ କ୍ଷତିକାରକ।

ହାଇ ହିଲ୍ ପିନ୍ଧି ଚାଲିଥାନ୍ତି ତେବେ ଆପଣଙ୍କ ଗୋଡ଼ ସ୍ବାଭାବିକ ଭାବେ ବଙ୍କା ହୋଇନଥାଏ। ହିଲସରେ ଶକ୍ ଅବସରପସନ୍ ନଥାଏ ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ଧୀରେ ଧୀରେ ବ୍ୟଥା ଅନୁଭବ ହୋଇଥାଏ।

ଏହାକୁ ପରିଧାନ କରିବା ଦ୍ୱାରା ଅଧିକାଂଶ ମହିଳା ଅଣ୍ଟାବ୍ୟଥାର ଶିକାର ହୋଇଥାନ୍ତି। ଏବେ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି।

ହାଇ ହିଲ୍ ପିନ୍ଧିବା କାରଣରୁ ଅଣ୍ଟା ତଳ ବ୍ୟଥା ଆରମ୍ଭ ହୋଇଥାଏ। ହିଲ୍ ପିନ୍ଧି ଚାଲିବା କାରଣରୁ ଓଜନର ଠିକ୍ ବିତରଣ ହୋଇପାରିନଥାଏ ସେଥିପାଇଁ ଆମ ମେରୁଦଣ୍ଡରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ।

ପ୍ରତିଦିନ ହିଲ୍ ପିନ୍ଧିବା ଦ୍ବାରା ଆପଣଙ୍କ ଗୋଡ଼ ଏବଂ ଗୋଇଠିରେ ବ୍ୟଥା ସୃଷ୍ଟି ହୋଇପାରେ।

ହାଇ ହିଲସର ଆକୃତି ଏପରି ହୋଇଥାଏ ଯେ ଏହା ଦ୍ବାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇଯାଇଥାଏ ଯାହା ଦ୍ବାରା ରକ୍ତ ପ୍ରବାହର ଅଭାବ ଦେଖାଯାଇଥାଏ।

ଯଦି ଆପଣ ସବୁବେଳେ ହାଇ ହିଲସ ପିନ୍ଧୁଛନ୍ତି ତେବେ ଏହାକୁ କମ୍ କରନ୍ତୁ। ଏହା ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲସର ବ୍ୟବହାର ବେଳେବେଳେ କରନ୍ତୁ।

Comments are closed.