Latest Odisha News

ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଡିସେମ୍ବର ୧୮ ଅନଲାଇନ୍ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଲାଗି  ଅନଲାଇନ୍ ଆବେଦନର ଶେଷ ତାରିଖ ଡିସେମ୍ବର ୧୮କୁ ବୃଦ୍ଧି କରାଯାଇଛି।

ଏନେଇ ସୈନିକ ସ୍କୁଲ ଭୁବନେଶ୍ଵରର ଅଫିସିଏଟିଙ୍ଗ ପ୍ରିନ୍ସପାଲ୍ କମାଣ୍ଡର ପ୍ରୀତିକା ଶର୍ମା ସୂଚନା ଦେଇ କହିଛନ୍ତି, ୨୦୨୧ ବର୍ଷ ପାଇଁ ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ୧୦ରେ ଅନୁଷ୍ଠିତ ହେବାର ଥିଲା। ହେଲେ ଏହାକୁ ଫେବୃଆରୀ ୭କୁ ବୃଦ୍ଧି କରାଯାଇଛି।

ସେ ସୂଚନା ଦେଇଛନ୍ତି ଯେ ଅନଲାଇନ୍ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ମଧ୍ୟ ୧୮ ଡିସେମ୍ବର ବୃଦ୍ଧି କରାଯାଇଛି।

ପ୍ରାର୍ଥୀମାନେ ଡିସେମ୍ବର ୨୦୨୦ ର ତୃତୀୟ ସପ୍ତାହରେ  http:/aissee.nta.nic.inରେ ସଂଶୋଧନ ୱିଣ୍ଡୋ ମାଧ୍ୟମରେ ଅନଲାଇନ୍ ରେ ସେମାନଙ୍କ ପରୀକ୍ଷା ଆବେଦନ ଫର୍ମରେ ଦାଖଲ କରିଥିବା ଯେକୌଣସି ବିବରଣୀରେ ସଂଶୋଧନ କରିବାକୁ ସମର୍ଥ ହେବେ।

ସଂଶୋଧନ ପାଇଁ ପ୍ରକ୍ତତ ଅବଧି ପରେ NTA ୱେବସାଇଟରେ  ସୂଚିତ କରାଯିବ । ପ୍ରାର୍ଥୀ ମାନଙ୍କୁ ଉପରୋକ୍ତ ଧ୍ୟାନ ଦେବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏ ବାବଦରେ କୌଣସି ପାଇଁ ପ୍ରାର୍ଥୀଙ୍କୁ NTA ୱେବସାଇଟ www.nta.ac.in  ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୈଣସି ସ୍ପଷ୍ଟୀକରଣ ପାଇଁ, ପ୍ରାର୍ଥୀମାନେ ୦୧୨୦୬୮୯୫୨୦୦ ରେ NTA ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ କିମ୍ବା aissee@nta.ac.in ରେ NTA କୁ ଲେଖିପାରିବେ।

ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୧-୨୨ ପାଇଁ ସୈନିକ ସ୍କୁଲ ଭୁବନେଶ୍ଵରରେ ଷଷ୍ଠ ଶ୍ରେଣୀରେ ବାଳକ ପ୍ରାର୍ଥୀଙ୍କ ପାଇଁ ୫୫ ଟି ଏବଂ ବାଳିକା ମାନଙ୍କ ପାଇଁ ୧୦ଟି ପଦବୀ ଖାଲିଅଛି।

Leave A Reply

Your email address will not be published.