Latest Odisha News

BREAKING NEWS

କବିତା: କବି

ନିରଞ୍ଜନ ନାୟକ

ସେ ନିରପେକ୍ଷ ନିଡର
ଅପରିଚିତ ଭିତରେ ପରିଚିତର
ସଂଜ୍ଞା ନିର୍ବାହ କରୁଥିବା ଶବ୍ଦଟିଏ
ଭାବନା ଚିନ୍ତା ଚେତନାର
ଅନ୍ତଃସ୍ବର

ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ
ବିମୁଖ ର ସ୍ରୋତ ସେ
ପ୍ରକୃତି ଈଶ୍ବର ମାନବବାଦର
ପ୍ରକୃତ ପ୍ରତିବଦ୍ଧତା ଓ ପ୍ରତିବାଦର
ସ୍ବରଟିଏ

ଧ୍ୟାନମଗ୍ନ ସେ
ସକାଳର ଅରୁଣୀମା ଆଲୋକରେ
ବାରୁଣୀର ରକ୍ତିମ ଆଭାରେ
ଭୋକିଲା ର ପେଟପାଇଁ
ଅଭାବୀର ଦରଦୀ ବନ୍ଧୁ ହୋଇ
ବିକାଶ ପ୍ରଦିପଟିଏ ଜାଳି
ଆଲୋକର ପଥ ଦେଖାଇ
ରାତିର ଅମା ଅନ୍ଧକାର ଭିତରେ
ସଂଘର୍ଷ ସହ ଶପଥ ନେଇ

ସକାଳ ଆସିବା ପରେ
ଚଳଚଞ୍ଚଳ ଶବ୍ଦ ନେଇ ସର୍ଜନାର
କାରିଗରଟିଏ ହୋଇ ସୃଷ୍ଟି କରେ
ସର୍ଜନାର ଭିନ୍ନ ଭିନ୍ନ ସ୍ବର ।

ଟିକିରି କାଶିପୁର ରାୟଗଡା

Leave A Reply

Your email address will not be published.