Latest Odisha News

BREAKING NEWS

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବେଙ୍ଗାଲୁର ଏଫସି ୧-୦ରେ ଅଗ୍ରଣୀ ରହିଥିଲା । ସିନିୟର ଖେଳାଳି ସୁନୀଲ ଛେତ୍ରୀ ୩୮ତମ ମିନିଟରେ ଏହିି ଗୋଲ ସ୍କୋର କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଓଡିଶା ଆକ୍ରମଣାମତ୍କ ଖେଳ ପ୍ରଦର୍ଶନ କରିଥିଲା । ଅଧିନାୟକ ଷ୍ଟିଭେନ ଟେଲର ୭୧ତମ ମିନିଟରେ ଚମତ୍କାର ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣି ଦେଇଥିଲେ । ଏହାର ଠିକ୍ ୮ ମିନିଟ ପରେ ବେଙ୍ଗାଲୁରର କ୍ଲାଇଟେନ ସିଲଭା ଗୋଲ କରି ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ ।

ଓଡିଶା ୬ଟି ମ୍ୟାଚ ଖେଳିଥିଲେ ମଧ୍ୟ ବିଜୟ ସ୍ୱାଦ ଚାଖିପାରି ନାହିଁ । ଗୋଟିଏ ମ୍ୟାଚ ଡ୍ର ରହିଥିବା ବେଳେ ବାକିତକ ମ୍ୟାଚ ହାରିଛି । ଅପରପକ୍ଷରେ ବେଙ୍ଗାଲୁର ୬ ମ୍ୟାଚରେ ୩ ବିଜୟ ଓ ୩ ଡ୍ର ରଖି ଅପରାଜେୟ ରହିଛି ।

Leave A Reply

Your email address will not be published.