Latest Odisha News

BREAKING NEWS

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ ଡାକ୍ତର ତଥା ୟୁଟ୍ୟୁବର୍ ଧନଶ୍ରୀ ଲୋକଙ୍କ ନିକଟରେ ଚର୍ଚ୍ଚିତ ଚେହେରା । ହେଲେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଖବର ଲୋକଙ୍କୁ ଚକିତ କରିଥିଲା ।

ଚଳିତବର୍ଷ ଅଗଷ୍ଟ ମାସରେ ଧନଶ୍ରୀଙ୍କ ସହ ଏନଗେଜମେଣ୍ଟ କରିଥିଲେ ଲେଗ୍ ସ୍ପିନର୍ ଚହଲ । ସେବେଠୁ ଏହି ଯୋଡି ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି । କ୍ରିକେଟ ପଡିଆଠୁ ଆରମ୍ଭ କରି ସମୁଦ୍ରକୂଳ, ସବୁଠି ଚହଲଙ୍କ ସହ ଧନଶ୍ରୀଙ୍କୁ ଦେଖିବାକୁ ମିଳିଥିଲା । ହେଲେ ନିକଟରେ ଏହି ଯୋଡିଙ୍କ ବିବାହ ତାରିଖ ସ୍ଥିର ହୋଇଥବା ଜଣାପଡିଛି ।

ମିଳିଥିବା ଖବର ଅନୁଯାୟୀ ଆସନ୍ତା ୨୪ ତାରିଖରେ ଦୁହେଁ ଦିଲ୍ଲୀରେ ବିବାହ କରିବେ । କରୋନା କଟକଣାକୁ ଆଖି ଆଗରେ ରଖି ଚହଲ୍ ଓ ଧନଶ୍ରୀଙ୍କ ବିବାହ ବେଶ ସାଧାରଣ ତଥା ପରିବାର ଲୋକଙ୍କ ଗହଣରେ ହିଁ ଅନୁଷ୍ଠିତ ହେବ । ଆଉ ମାତ୍ର ଦିନ କେଇଟା ପରେ ବିବାହ ହେବାକୁ ଥିବାବେଳେ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି ।

Leave A Reply

Your email address will not be published.