Latest Odisha News

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।

ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ସେହିପରି ଭୁବନେଶ୍ୱରରେ ୩୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୩୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୪୮୮କୁ ବୃଦ୍ଧି ପାଇଛି । ୩୦ ହଜାର ୮୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.