ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ । ସନ୍ଧ୍ୟା ସାଢେ଼ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିବ । ଆଜିର ବୈଠକରେ ବିଭିନ୍ନ ବିଭାଗତ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବର୍ଷର ଶେଷ କ୍ୟାବିନେଟ ବୈଠକ ବସୁଥିବାରୁ କିଛି ବଡ଼ ଘୋଷଣା କରି ପାରନ୍ତି ସରକାର ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ଭଳି ମହାପୁରୁଷଙ୍କ ଗ୍ରାମ ତଥା ଜନ୍ମସ୍ଥଳୀକୁ ଆଦର୍ଶ ଗ୍ରାମର ମାନ୍ୟତା ଦେବା ପାଇଁ ସରକାରଙ୍କ ପ୍ରସ୍ତାବ ଆଣିପାରନ୍ତି । ଏହା ବ୍ୟତୀତ କୃଷି ବିପଣନ ଅଧ୍ୟାଦେଶ ସାଙ୍ଗକୁ ଓଏଏସ୍ମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାକୁ ସେମାନଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବରେ ମୋହର ମାରିପାରେ ରାଜ୍ୟ କ୍ୟାବିନେଟ । ସେହିପରି ଉଚ୍ଚଶିକ୍ଷା, ପୂର୍ତ୍ତ, ଆଇନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି ।
Comments are closed.