Latest Odisha News

BREAKING NEWS

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର

ଭୁବନେଶ୍ୱର:  ଆଜି ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର । ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥପାଠ କରାଇବା ନେଇ ସୂଚନ ରହିଛି ।

ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ରବିବାର ଭୁବେନଶ୍ବରରରେ ପହଞ୍ଚିଥିବା ବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଳୀ ହାଇକୋର୍ଟରେ ଓକିଲାତି କରିଥିଲେ। ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଥିଲେ ଖୁବ୍ ସକ୍ରିୟ ।

ଭୋପାଳ ଗ୍ୟାସ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର।

Leave A Reply

Your email address will not be published.