Latest Odisha News

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ ନେଇ ଜଣାଇବା ପରେ ସେ ଫିଲ୍ଡ ଅମ୍ପାୟର ପଲ ରାଫେଲଙ୍କ ନିକଟରେ ଅଭିଯୋଗ କରିଥିଲେ ।

ପୋଲିସ ଆସି ଏଥିରେ ସମ୍ପୃକ୍ତ ଥିବା ୬ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରିଥିଲା । ଏଥିଯୋଗୁ କିଛି ସମୟ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ବର୍ଣ୍ଣବୈଷମ୍ୟ ଟିପ୍ପଣୀକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି କହିଛି ।

Comments are closed.