Latest Odisha News

BREAKING NEWS

ବଡ ବିପଦ ଟଳିଲା: ଇଣ୍ଡିଗୋ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତିଲା, ସମସ୍ତ ଯାତ୍ରୀ ସୁରକ୍ଷିତ

ଶ୍ରୀନଗର: ଶ୍ରୀନଗର ବିମାନ ବନ୍ଦରରେ ବୁଧବାର ଏକ ବଡ ବିପଦ ଟଳିଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ୨୩୩ଜଣ ଯାତ୍ରୀଙ୍କୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ରନୱେରୁ ହଟାଯାଇଥିବା ବରଫ ଗଦାରେ ବିମାନଟି ମାଡ ହୋଇ ଯାଇଥିଲା । ପାଇଲଟ କୌଶଳକ୍ରମେ ଏହାକୁ ଅଟକାଇ ଦେଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ।

ଧକ୍କା ଖାଇବା ପରେ ଯୁଦ୍ଧକାଳୀନ ଭିତିରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା । ବିମାନକୁ ଭଲ ଭାବେ ଯାଂଚ କରାଯିବା ପରେ ପୁନର୍ବାର ଏହା ଯାତ୍ରୀମାନଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଇଥିଲା । ବିମାନବନ୍ଦର କତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ଏହି ଦୁର୍ଘଟଣା ଘଟିବାକୁ ଯାଉଥିଲା । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.