Latest Odisha News

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୪ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

BjdElectrycity

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।

ଚିହ୍ନଟ ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଲୋକାଲ୍ ମାମଲା ରହିଛି। ସେହିପରି ସୁସ୍ଥ ହୋଇଛନ୍ତି ୪ଜଣ।

ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ୨୦୦ ରହିଥିବା ବେଳେ ୩୧ ହଜାର ୭୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୪୪ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୩୧୫ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତା ପୂର୍ବରୁ ଓଡ଼ିଶାରେ ପହଞ୍ଚିଛି ଦୁଇଟି ଭ୍ୟାକସିନ୍ । ସେହିପରି ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.