Latest Odisha News

BREAKING NEWS

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର ବୋଲିଂ କରି ୩୪ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ବ୍ୟାଟିଂରେ ଶୂନ ରନ କରି ଅପରାଜିତ ରହିଥିଲେ ।

ଏହି ମ୍ୟାଚରେ ମୁମ୍ବାଇ ୮ ଉଇକେଟରେ ହରିୟାଣା ନିକଟରୁ ପରାସ୍ତ ହୋଇଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୪୩ ରନ କରି ଅଲଆଉଟ ହୋଇଥିଲା । ହରିୟାଣା ୧୭.୪ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ହିଂମାଶୁ ରାଣା ୭୫ ଓ ଶିବମ ଚୌହ୍ୱାନ ୪୩ ରନ କରି ଅପରାଜିତ ଥିଲେ ।

Leave A Reply

Your email address will not be published.