ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଫିଡବ୍ୟାକ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ୨୦୨୧ ଆମ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭ ହୋଇଛି । କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । ସମସ୍ତଙ୍କ ସହଯୋଗ କାମନା କରିବା ସହ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
BREAKING NEWS
- ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…
- ଅବକାରୀ ବିଭାଗକୁ ବଡ଼ ସଫଳତା; ୫୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ଯୁବକଙ୍କ ଉପରେ ଚଢିଗଲା ଟ୍ରଲର, ମୃତ ଦେହ ରଖି କାରଖାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା
- ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ
- ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
Comments are closed.