Latest Odisha News

BREAKING NEWS

୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର

ନୂଆଦିଲ୍ଲୀ: ୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର। ଜାଭେଦ ଅଖତର ୧୭ ଜାନୁୟାରୀ ୧୯୪୫ ରେ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନ ନିସର ଖାନ। ଏବଂ ମାତାଙ୍କ ନାମ ସଫିଆ ସିରାଜୁଲ ହକ। ଜାଭେଦ ଅଖତରଙ୍କ ପିତା ଜନ ନିସାର ଖାନ ବଲିଉଡରେ ଗୀତିକାର ଥିଲେ ଏବଂ ଉର୍ଦ୍ଦୁର କବି ହୋଇଥିବାବେଳେ ତାଙ୍କ ଜେଜେବାପା ମୁଜତର ଖୈରାବାଦୀ ମଧ୍ୟ ଜଣେ କବି ଥିଲେ।

ଜାଭେଦ ଅଖତର ଲକ୍ଷ୍ନୌ କଲଭିନ ତାଲୁକଦାର କଲେଜରେ ପଢୁଥିଲେ। ଏହା ବ୍ୟତୀତ ସେ ସଲମାନ ଖାନଙ୍କ ପିତା ସଲିମ୍‌ ଖାନଙ୍କ ସହ ସହଭାଗୀ ହୋଇଥିଲେ। ସଲିମ-ଜାଭେଦ ଯୋଡି ହିନ୍ଦୀ ସିନେମାକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସଲିମ ଖାନ ଅଭିନେତା ହୋଇଥିବାବେଳେ ଜାଭେଦ୍ ଅଖତର ଏହି ଚଳଚ୍ଚିତ୍ରର ସଂଳାପ ଲେଖକ ଥିଲେ। ମୂଳ ସଂଳାପ ଲେଖକ ଉପସ୍ଥିତ ନ ଥିବାରୁ ଜାଭେଦ୍ ଅଖତରଙ୍କୁ ଏହି ଫିଲ୍ମ ଲେଖିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଜାଭେଦ୍ ଅଖତର ଏବଂ ସଲିମ୍ ଖାନ୍ ବଲିଉଡରେ ଅନେକ କାହାଣୀ ଏବଂ ଚଳଚ୍ଚିତ୍ର ଲେଖିଥିଲେ। ସେମାନଙ୍କର ପ୍ରାରମ୍ଭିକ ଚଳଚ୍ଚିତ୍ର ‘ଆଧିକାର’ ଏବଂ ‘ଅନ୍ଦାଜ୍‌’ ଏହା ପରେ, ଦୁହେଁ ଅନେକ ବ୍ଲକବଷ୍ଟର ହିଟ୍ ଦେଇଥିଲେ। ଫିଲ୍ମ ‘ଶୋଲେ’ ଏହା ମଧ୍ୟରୁ ଅନ୍ୟତମ।

ଜାଭେଦ ଅଖତର ୧୯୭୨ ରେ ହନି ଇରାନୀଙ୍କୁ ବିବାହ କରିଥିଲେ। ଏହାପରେ ଉଭୟଙ୍କର ୧୯୮୫ରେ ଛାଡପତ୍ର ହୋଇଥିଲା। ଏହା ପରେ ଜାଭେଦ ଅଖତର ଶବାନା ଆଜମୀଙ୍କୁ ବିବାହ କରିଥିଲେ। ଜାଭେଦ ଅଖତର ଶ୍ରେଷ୍ଠ ଗୀତ ପାଇଁ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୮ ଟି ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଜାଭେଦ ଅଖତରଙ୍କୁ ପଦ୍ମଶ୍ରୀ ପଦ୍ମ ଭୂଷଣ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। 
Leave A Reply

Your email address will not be published.