ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଚାଷୀମାନେ କରିବାକୁ ଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେଉ । ପ୍ରଧାନ ବିଚାରପତି କହିଛନ୍ତି ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ । ପୋଲିସ କଣ ତାର କ୍ଷମତା ଜାଣିନି । ଏହା ଆମେ ଶିଖାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି କୃଷକମାନେ ୫୪ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି । ଫଳାଫଳ ବାହାରୁ ନ ଥିବାରୁ ରାମଲୀଳା ପଡିଆରେ ରାଲି ପାଇଁ ଆବେଦନ କରିଛନ୍ତି ।