Latest Odisha News

BREAKING NEWS

ଉତରପ୍ରଦେଶ ବିଧାନ ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନୀତ ନେଇ ବିବାଦ

ଲକ୍ଷ୍ନୌ:ଉତରପ୍ରଦେଶ ବିଧାନସଭା ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନ ପାଇବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସର ସଦସ୍ୟ ଦୀପକ ସିଂ । ଏହି ଫଟୋକୁ ହଟାଇବାକୁ ସେ ଗୃହର ଅଧ୍ୟକ୍ଷଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଫଟୋ ଅନାବରଣ କରିଥିଲେ । ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିଙ୍କ ନିକଟରେ ସବରକରଙ୍କ ଫଟୋ ଲାଗିଛି । ଏହା ସେମାନଙ୍କ ପାଇଁ ଅପମାନ । ବିଜେପି ପାର୍ଟି ଅଫିସରେ ଏହା ସ୍ଥାନ ପାଇଲେ ସୁନ୍ଦର ହେବ ବୋଲି ଦୀପକ ତାଙ୍କ ପତ୍ରରେ ଲେଖିଛନ୍ତି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ କିଏ କଣ କରିଛନ୍ତି ସେଥିନେଇ ଯୁବପିଢ଼ୀଙ୍କ ମଧ୍ୟରେ ବିତର୍କ ହେବା ଉଚିତ । ଏହା ପରେ ଯାହାର ଯୋଗଦାନ ଆବଶ୍ୟକ ଥିଲା ତାଙ୍କୁ ସମ୍ମାନିତ କରାଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.