Latest Odisha News

BREAKING NEWS

ଇସାବେଲଙ୍କ ସହ ରୋମାନ୍ସ କରିବେ ପୁଲକିତ୍

ମୁମ୍ବାଇ: ବେଶ କିଛିଦିନ ଧରି ଚର୍ଚ୍ଚା ଚାଲିଛି । ଅଭିନୟ ଜଗତକ ଓହ୍ଲାଇବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ କୈଫ । ଶେଷରେ ଏହି ଖବର ସତ ହେବାକୁ ଯାଉଛି । ଫିଲ୍ମ ଟାଇମ୍ ଟୁ ଡାନ୍ସ ଜରିଆରେ ଇସାବେଲ ବଲିଉଡରେ ଡେବ୍ୟୁ କରିବେ । ହେଲେ ଏହାକୁ ବାଦ୍ ଦେଲେ ଫିଲ୍ମ ସୁସ୍ୱାଗତମ୍ ଖୁସାମଦିଦ୍‌ରେ ବି ତାଙ୍କୁ ଦେଖିବାକୁ ମିଳିବ ।

 

View this post on Instagram

 

A post shared by Isabelle Kaif (@isakaif)

ଫଲ୍ମରେ ଇସାବେଲଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ପୁଲକିତ୍ ସମ୍ରାଟ୍ । ସାମାଜିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ପୁଲକିତ ଜଣେ ଟିପିକାଲ୍ ଦିଲ୍ଲୀ ପୁଅ ଅମନ ଭାବେ ନଜର ଆସିବେ । ସେହିଭଳି ନୁର୍ କିର୍ଦାରରେ ଆଗ୍ରାର ଝିଅ ଭାବେ ଇସାବେଲଙ୍କୁ ଦେଖିବାକୁ ମିଳିବ ।

ନିକଟରେ ଏହି ଫିଲ୍ମର କିଛି ଗୀତ ବି ପୁଲକିତ ଓ ଇସାବେଲଙ୍କୁ ନେଇ ସୁଟିଂ ହୋଇସାରିଛି । ଧୀରଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଛଡା ଇସାବେଲ ସୁରଜ ପାଂଚୋଲୀଙ୍କ ସହ ମଧ୍ୟ ଅଭିନୟ କରିବାରେ ନଜର ଆସିବେ ।

Leave A Reply

Your email address will not be published.