Latest Odisha News

BREAKING NEWS

ଆଜି ଗେ‌ାଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ୨୦ ବର୍ଷୀୟ ଝିଅ ଶୃଷ୍ଠି

ନୂଆଦିଲ୍ଲୀ: ରବିବାର ଦିନ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ହରିଦ୍ୱାର ବାସିନ୍ଦା ଶୃଷ୍ଠି ଗୋସ୍ୱାମୀ ଗେ‌ାଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଡେରାଡୁନ୍‌ରେ ହେବାକୁ ଥିବା ଶିଶୁ ସଭା ଅଧିବେଶନରେ ଦାୟିତ୍ବ ଗ୍ରହଣ କରିବେ। ଉତ୍ତରାଖଣ୍ଡରେ ଏହା ପ୍ରଥମ ଥର ହେବ ଯେ ଜଣେ ଝିଅ ଗୋଟିଏ ଦିନ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥିପିତ ହେବେ। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହମତି ପରେ ଜାନୁଆରୀ ୨୪ରେ ଜାତୀୟ ଶିଶୁ କନ୍ୟା ଦିବସରେ ଗୋସ୍ବାମୀଙ୍କୁ ପ୍ରତୀକାତ୍ମକ ଭାବେ ଏକ ଦିନିଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି।

ଏ ନେଇ ଶୃଷ୍ଟି କହିଛନ୍ତି ଯେ, “ମୋତେ ଉତ୍ତରପ୍ରଦେଶର ଏକ ଦିନିଆ ମୁଖ୍ୟମନ୍ତ୍ରୀ ହେବାକୁ ଅନୁମତି ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି। ଜାନୁଆରୀ ୨୪ ରେ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ବିଭିନ୍ନ ବିଭାଗର ଅଧିକାରୀମାନେ ମୋ ସମ୍ମୁଖରେ ପାଞ୍ଚ ମିନିଟର ଉପସ୍ଥାପନା କରିବେ। ବିଶେଷ କରି ଶିଶୁ କନ୍ୟା ସୁରକ୍ଷା ଏବଂ ଝିଅମାନଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ମୁଁ ସେମାନଙ୍କୁ ପରାମର୍ଶ ଦେବି ବୋଲି ଗୋସ୍ୱାମୀ କହିଛନ୍ତି।

ଶୃଷ୍ଠିଙ୍କ ପିତା ପ୍ରବୀଣ ଗୋସ୍ୱାମୀ ଜଣେ ବ୍ୟବସାୟୀ ଏବଂ ମା ସୁଧା ଗୋସ୍ୱାମୀ, ଜଣେ ଗୃହିଣୀ। ଝିଅକୁ ଏଭଳି ଏକ ସୁଯୋଗ ଦେଇଥିବାରୁ ସରକାରଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.