Latest Odisha News

BREAKING NEWS

ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା; ଜଣେ ମୃତ, ୩ ଗୁରୁତର

ଜି.ଉଦୟଗିରି: ଜି.ଉଦୟଗିରି ପାବୁରିଆ ବାରିଗୁଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌-ଅଟୋ ମୁହାଁମୁହାଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମୃତକଙ୍କ ନାମ ତାରୁଦତ୍ତ ବେହେରା ହୋଇଥିବା ବେଳେ  ଗୁରୁତରଙ୍କ ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

ସୂଚନାନୁସାରେ, ବାରିଗୁଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଓ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟଲୋକ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

Comments are closed.