Latest Odisha News

କେନ୍ଦ୍ର କ୍ୟାବିନେଟ ବୈଠକରେ ନଡ଼ିଆ ଚାଷୀଙ୍କ ପାଇଁ ବିଶେଷ ଉପହାର; କୋପ୍ରା ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପିଛା ୧୦,୩୩୫କୁ ବୃଦ୍ଧି

ନୂଆଦିଲ୍ଲୀ: କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟ୍‌ ନଡିଆ ଚାଷୀଙ୍କୁ ଉପହାର ଦେଇଛନ୍ତି। କୋପ୍ରା (ଶୁଖିଲା ନଡ଼ିଆ) ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କ୍ୟାବିନେଟ କ‌ୋପ୍ରାର ଏମଏସପି କୁ ୩୭୫ ରୁ କ୍ୱିଣ୍ଟାଲ ପିଛା ୧୦,୩୩୫ ଟଙ୍କାକୁ ବୃଦ୍ଧି କରିଛି। କ୍ୟାବିନେଟ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନ‌ୖତିକ ବ୍ୟାପାର କ୍ୟାବିନେଟ କମିଟିର ବୈଠକରେ ନଡ଼ିଆର ଏମଏସପି ବୃଦ୍ଧି କରିବାକୁ ଅନୁମୋଦନ କରାଯାଇଛି। ଏହି ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ବଲ୍ କ‌ୋପ୍ରାଙ୍କୁ ୧୦,୬୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ୫୫ ପ୍ରତିଶତ ବୃଦ୍ଧି ପାଇଛି।

ସୂଚନା ଥାଉ କି, ବିଶ୍ୱରେ କ‌ୋପ୍ରା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଦେଶରେ ନଡ଼ିଆ ଉତ୍ପାଦନ ପ୍ରାୟ ୧୫ ନିୟୁତ ଟନ୍। ୨୦ଲକ୍ଷ ହେକ୍ଟରରେ ଏହା ୩୦ ଲକ୍ଷ ଚାଷୀଙ୍କ ଦ୍ୱାରା ଚାଷ କରାଯାଏ।

Comments are closed.