Latest Odisha News

BREAKING NEWS

ରାମ ମନ୍ଦିର ନିର୍ମାଣ ନିମନ୍ତେ ଦେଶବାସୀଙ୍କୁ ଉଦାର ଦାନ ପାଇଁ ଯୋଗୀ ଆଦିତ୍ୟ ନାଥଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ଅଯୋଧ୍ୟା ସହରର ସମ୍ପ୍ରସାରଣ ତଥା ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ସେ ଉଦାର ଦାନ ମଧ୍ୟ ଆହ୍ୱାନ କରିଛନ୍ତି।

ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଲକ୍ଷ୍ୟ ନେଇ ବୁଧବାର ଗୋରଖପୁରର ଗୋରଖନାଥ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସେ ଲୋକମାନଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଉଦାର ଦାନ କରିବାକୁ ଆହ୍ବାନ କରିଥିଲେ। ଗୋରଖନାଥ ମନ୍ଦିର ଟ୍ରଷ୍ଟର ଦେବପାଟନସ୍ଥିତ ଗୋରଖନାଥ ମନ୍ଦିର ଦ୍ବାରା ୫୦ ଲକ୍ଷ ଏବଂ ୫୧ ଲକ୍ଷ ଦାନ କରାଯାଇଛି ବୋଲି ଗୋରଖନାଥ ମନ୍ଦିର ଟ୍ରଷ୍ଟର ମୁଖପାତ୍ର କହିଛନ୍ତି।

Comments are closed.