Latest Odisha News

BREAKING NEWS

ନୟାଗଡ଼ ଆକ୍ରମଣ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ମାନସିକ ବିକୃତ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏଥିସହିତ ଏହି ଆକ୍ରମଣ ଘଟଣାରେ ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଉକ୍ତ ଯୁବକ ଜଣଙ୍କ ଏକ ଲୁହାରଡରେ ଓଡଗାଁ ବଜାର ନିକଟରେ ଲୋଚନ ସେଠୀ ନାମକ ଜଣେ ରାତ୍ର ଜଗୁଆଳଙ୍କୁ ଅଚାନକ ଆକ୍ରମଣ କରିଥିଲା । ପରବର୍ତ୍ତୀ ସମୟରେ ନିକଟସ୍ଥ ସିନେମା ହଲ୍ ପାଖରେ ସେ ଜଣେ ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇପଡିଥିଲେ ।

ଅଧିକ ପଢନ୍ତୁ:- ନୟାଗଡ: ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ମୃତ, ୫ ଆହତ

ଆହୁରି ମଧ୍ୟ ଯୁବକକୁ ଧରିବାକୁ ଯାଇଥିବା ବେଳେ ଓଡ଼ଗାଁ ଆଇଆଇସିଙ୍କ ସମେତ ୫ଜଣ ପୋଲିସ କର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ନୟାଗଡ ଅତିରିକ୍ତ ଏସପି ଦିଲ୍ଲୀପ ସାହାଣୀ କହିଛନ୍ତି “ଆକ୍ରମଣ କରିଥିବା ସମ୍ପୃକ୍ତ ଯୁବକ ଜଣଙ୍କର ମାନସିକ ବିକୃତି ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି” ।

Leave A Reply

Your email address will not be published.