Latest Odisha News

BREAKING NEWS

ସ୍ପାଇସଜେଟ ବିମାନର କ୍ୟାବିନରୁ ଧୂଆଁ

କୋଲକାତା: କୋଲାକାତାରୁ ପଶ୍ଚିମବଙ୍ଗର ବାଗଡୋଗ୍ରା ଅଭିମୁଖେ ଯାଉଥିବା ସ୍ପାଇସ ଜେଟ୍ ବିମାନ ସୋମବାର ଅପରାହ୍ନ ୪.୩୭ ସମୟରେ ଜରୁରିକାଳୀନ ଅବତରଣ କରିଥିଲା। ବିମାନର କ୍ୟାବିନରୁ ଧୂଆଁ ବାହାରୁଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆ ଯାଇଥିଲା । କର୍ମଚାରୀମାନେ କ୍ୟାବିନରେ ନିଆଁ ଲାଗିଛି ବୋଲି ସନ୍ଦେହ କରିବା ପରେ ବିମାନଟିକୁ ପୁଣି ରନୱେକୁ ଫେରିବାକୁ ପଡ଼ିଥିଲା। ବିମାନରେ ଯାତ୍ରୀ ଏବଂ କର୍ମଚାରୀଙ୍କ ସମେତ ମୋଟ ୬୯ ଜଣ ଉଡାଣ କରୁଥିଲେ।

ଯାତ୍ରୀମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ର ଏବଂ ସୁରକ୍ଷା ପରାମର୍ଶଦାତା ସୁରଜିତ ପୁରକୟସ୍ଥ ମଧ୍ୟ ସାମିଲ୍ ଥିଲେ। ତେବେ ଏହି ଧୂଆଁ ପଛର କାରଣ ଜାଣିବା ପାଇଁ ଇଞ୍ଜିନିୟରମାନେ ଯାଞ୍ଚ୍ ଚଳାଇଛନ୍ତି। ବିମାନ କର୍ମଚାରୀଙ୍କଠାରୁ ନିଆଁ ଲାଗିବା ସଂପର୍କରେ ସୂଚନା ପାଇ ଏଟିସି ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

Comments are closed.