Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବରିଷ୍ଠ କିରାଣୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଅନୁଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସାଧୁ ଚାତମ୍ବା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା ।

ସୂଚନା ଅନୁଯାୟୀ ଛେଣ୍ଡିପଦା ଥାନା ପାତରପଡା ଗାଁର ଜଣେ ଅନୁସୂଚିତ ଜନଜାତି ଯୁବକ ଘାସିରାମ ବେହେରା ଏକ ଜମି କିଣାବିକା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ।

କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀ ଚାତମ୍ବା ଜମି କିଣାବିକା ପାଇଁ ପରମିଶନ କରାଇଦେବା ଲାଗି ଉକ୍ତ ଯୁବକଙ୍କ ଠାରୁ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

ଭିଜିଲାନ୍ସ ଉକ୍ତ ଲାଞ୍ଚୁଆ କିରାଣୀଙ୍କୁ ଧରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସର ଏକ ଟିମ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଗି ରହିଥିବା ବେଳେ ଯୁବକ ଜଣକ ଉକ୍ତ କିରାଣୀଙ୍କୁ ଲାଞ୍ଚ ଟଙ୍କା ଦେବାପରେ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.