Latest Odisha News

BREAKING NEWS

୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା 4-G ଇଣ୍ଟରନେଟ୍

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଫୋର-ଜି ଇଣ୍ଟନେଟ୍‌ ସେବା ଉପଲବ୍ଧ କରାଯାଇଛି । ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଫଳରେ  ପ୍ରାୟ ୧୮ ମାସ ପରେ ରାଜ୍ୟରେ ଲୋକେ ପୁଣି ଥରେ ଏହି ସେବା ପାଇଛନ୍ତି । 

ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ପ୍ରତ୍ୟାହାରର କିଛି ସମୟ ପୂର୍ବରୁ ରାଜ୍ୟରେ ଏହି ଇଣ୍ଟରନେଟ୍‌ ସେବା ପ୍ରତ୍ୟାହାର ହୋଇଥିଲା । ତା ପରଠାରୁ ରାଜ୍ୟକୁ ଏହି ସେବା ଉପଲବ୍ଧ ନଥିଲା ।

ଅନେକ ଦାବି ପରେ କେନ୍ଦ୍ର ସରକାର ୨୫ ଜାନୁୟାରୀ ୨୦୨୦ରେ ରାଜ୍ୟକୁ ଇଣ୍ଟରନେଟ୍‌ ସେବା ଦେଇଥିଲେ । ତେବେ ଟୁ-ଜି ସେବା ହୋଇଥିବା ଯୋଗୁ ଲୋକଙ୍କ କାମରେ ଆସୁନଥିଲା । ୧୬ ଅଗଷ୍ଟ ୨୦୨୦ରେ ପ୍ରଥମେ ଗଣ୍ଡରବଲ ଓ ପରେ ଉଦ୍ଦାମପୁରରେ ହାଇସ୍ପିଡ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଥିଲା ।

ରାଜ୍ୟରେ ଫୋର-ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବା ପରେ ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ୍‌ କରି ଫୋର-ଜି ମୁବାରକ  ଉଲ୍ଲେଖ କରିଛନ୍ତି । ଡେରିରେ ହେଉ ପଛେ ଭଲରେ ଆସିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.