Latest Odisha News

BREAKING NEWS

ଟିକା ନେଇଥିବା ୭ ମହିଳା କନଷ୍ଟେବଳ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳ ଚେକିଂ ପଏଣ୍ଟରେ ମୁତୟନ ୭ ମହିଳା କନଷ୍ଟେବଳ ଶନିବାର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ଏମାନେ ସମସ୍ତେ ଗତକାଲି କରୋନା ଟିକା ନେଇଥିଲେ । ଡ୍ୟୁଟିରେ ଥିବା ସମୟରେ ଏହି ମହିଳା କନଷ୍ଟେବଳଙ୍କର ମୁଣ୍ଡ ବୁଲାଇବା ସହିତ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ସେମାନଙ୍କୁ ଶ୍ରୀରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି କନଷ୍ଟେବଳ ରାମ ଜନ୍ମଭୂମିର ୩ଟି ଚେକିଂ ବୁଥ୍‌ରେ ମୁତୟନ ଥିଲେ । ହଠାତ୍‌ ସେମାନେ ଅସୁସ୍ଥ ହୋଇପଡ଼ିବା ଫଳରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଡାକ୍ତର କହିଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ । ଏସବୁ ସାଧାରଣ ଲକ୍ଷଣ । ଟିକା ନେବା ପରେ ଏପରି ସମସ୍ୟା ସୃଷ୍ଟି ହୋଇପାରେ । ସମସ୍ତଙ୍କ ରକ୍ତଚାପ ସାଧାରଣ ଅବସ୍ଥାରେ ଅଛି, ଏବଂ ସେମାନେ ସମସ୍ତେ ଠିକ୍‌ ଅଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଉତ୍ତରପ୍ରଦେଶରେ ୮୪ ହଜାର ୧୦୯ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା ।

Leave A Reply

Your email address will not be published.