Latest Odisha News

BREAKING NEWS

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍ କିମ୍ବା ଅନ୍ୟ ଖାଦ୍ୟରେ କଞ୍ଚାଲଙ୍କାକୁ ଖାଦ୍ୟଭାବେ ବ୍ୟବହାର କରାଯାଇପାରିବ ।

କଞ୍ଚାଲଙ୍କାରେ ଭିଟାମିନ୍ – ‘ଏ’

କଞ୍ଚାଲଙ୍କାରେ ଭିଟାମିନ୍  ‘ଏ’ ରହିଥାଏ । ଶରୀରକୁ ଭିଟାମିନ  ‘ଏ’ ଯୋଗାଇବା ପାଇଁ ସବୁଜ ଲଙ୍କା ଖାଇବା ନିହାତି ଆବଶ୍ୟକ । ଭିଟାମିନ ‘ଏ’ ଆମ ଶରୀରର ବିକାଶ ତଥା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ ସହାୟକ ହୋଇଥାଏ । ଆମ ଶରୀରରେ ଭିଟାମିଟ ‘ଏ’ କମିଗଲେ ଚକ୍ଷ୍ୟୁରୋଗ ଦେଖାଯାଇଥାଏ । ଆଉ ଏଥିରୁ ବଞ୍ଚିତ ରହିବା ପାଇଁ କଞ୍ଚାଲଙ୍କା ଖାଇବା ନିହାତି ଜରୁରୀ ।

ନିୟମିତ ଉପଯୁକ୍ତ ମାତ୍ରାରେ କଞ୍ଚାଲଙ୍କା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ସୁଗାର ଲେବଲକୁ ମଧ୍ୟ ଆୟତ୍ତ କରିବାରେ ଏହା ସହାୟକ ହୋଇଥାଏ । ଯେଉଁମାନେ ସାଧାରଣତଃ ଡାଇବେଟିସ୍ ତଥା ମୋଟାପଣ ଯୋଗୁଁ ଅସୁବିଧା ଭୋଗିଥାନ୍ତି, ସେମାନଙ୍କ ପାଇଁ କଞ୍ଚାଲଙ୍କା ଅବ୍ୟର୍ଥ ଔଷଧ ଭାବେ କାମ କରିଥାଏ ।

କଞ୍ଚାଲଙ୍କାରେ ଭିଟାମିନ୍ – ‘ସି’: ଆମ ଶରୀରକୁ ଭିଟାମିନ ‘ସି’ର ଆବଶ୍ୟକତା ରହିଛି । ଭିଟାମିନ ‘ସି’ ଯୋଗୁଁ ଶରୀରରେ କୌଣସି ସ୍ଥାନରେ କ୍ଷତ ବା ଘା’ ହେଲେ ଶୀଘ୍ର ଶୁଖିଯାଏ ଏବଂ ଏହା ଆମ ଶରୀରର ହାଡ଼ ମଜବୁତ କରିଥାଏ । ବିଭିନ୍ନ ରୋଗର ମୁକାବିଲା କରିବା ପାଇଁ ଭିଟାମିନ ‘ସି’ ଆମ ଶରୀରକୁ ଶକ୍ତି ଯୋଗାଏ ।

Leave A Reply

Your email address will not be published.