Latest Odisha News

BREAKING NEWS

ଓଡ଼ିଶାର ୨୫ ନଗର ଓ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ସମ୍ପ୍ରତି ଓଡ଼ିଶାର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି।

ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ।

ବ୍ରହ୍ମପୁର ସହରରେ ଜିଓଫାଇବର ସେବା ଏବେ ଆଙ୍କୁଲି, ନିଗମ ନଗର, କମାପଲ୍ଲି, ଅଶୋକ ନଗର, ରାମହରି ନଗର, ଅରବିନ୍ଦ ନଗର ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଥିବାବେଳେ ସହରର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ ଜାରି ରହିଛି । ଅନୁରୂପ ଭାବେ ଖୋର୍ଦ୍ଧା ସହରରେ ଜିଓଫାଇବର ସମ୍ପ୍ରତି ଶ୍ରୀରାମ ନଗର, ମଙ୍ଗଳନଗର, ବିଡିଏ କଲୋନି ଏବଂ ନୂଆ ବସ୍‌ଷ୍ଟାଣ୍ଡ ଅଂଚଳରେ ଉପଲବ୍ଧ ହୋଇଛି ।

ସେହିପରି କୋରାପୁଟ ଜିଲ୍ଲାର ଜୟପୁର ସହରରେ ଜିଓଫାଇବର ପ୍ରଥମ ପର‌୍ୟ୍ୟାୟରେ ପିଆର ପେଟା, ବ୍ୟାଙ୍କ କଲୋନି, କୁମ୍ଭାର ସାହି, ବିକ୍ରମ ନଗର, ଲାଲ୍ ଷ୍ଟ୍ରିଟ, କେସିସି ବ୍ୟାଙ୍କ ଜଙ୍କ୍‌ସନ ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଛି । ଅନୁରୂପ ଭାବେ ବାଲେଶ୍ୱରରେ ତାହାର ସମ୍ପ୍ରସାରଣ ଅଭିଯାନ ଜାରିରଖି ଜିଓଫାଇବର ସେବା ଏବେ ସେଣ୍ଟ୍ରାଲ ସ୍କୁଲ ଛକ, ଭୋଇ ସାହି ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରିତ ହେବା ଆଶା କରାଯାଉଛି।

ଜିଓ ଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଜିଓଫାଇବର୍‌ର ଆକର୍ଷଣୀୟ ପ୍ଲାନ୍ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲିଂ, ସମ ବେଗ (ଅପ୍‌ଲୋଡ ସ୍ପିଡ= ଡାଉନଲୋଡ ସ୍ପିଡ) ଏବଂ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ସୁଲଭ ପ୍ଲାନ୍ ସହିତ ଆସୁଛି ।

ଜିଓଫାଇବର ମଧ୍ୟ ତାହାର ନୂଆ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ପ୍ରୟାସ ‘ନୋ କଣ୍ଡିସନ ୩୦-ଡେ ଫ୍ରି ଟ୍ରାଏଲ’ ଅଫର୍ ଦେଉଛି, ଯେଉଁଥିରେ ଏହା ଗ୍ରାହକଙ୍କୁ ୧୫୦ ଏମବିପିଏସ୍ ସ୍ପିଡ୍‌ରେ ଅସୀମିତ ଇଂଟରନେଟ ସହିତ ୧୩ଟି ପ୍ରିମିୟମ ଓଟିଟି ଆପ୍ ମାଗଣାରେ ୩୦ଦିନ ପାଇଁ ଯୋଗାଇ ଦେଉଛି । ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ଚାହାନ୍ତି ତେବେ କମ୍ପାନୀ ବିନା କୌଣସି ସର୍ତ୍ତରେ ତାହା ଫେରାଇନେବା ବିକଳ୍ପ ମଧ୍ୟ ରଖିଛି ।

Leave A Reply

Your email address will not be published.