ଅଶୋକ କୁମାର ପ୍ରଧାନ
ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ
ମାଆ ଭାରତୀଙ୍କ ପୂଜା
ସ୍କୁଲ କଲେଜ ସହ ବିଶ୍ବ ବିଦ୍ୟାଳୟେ
ସବୁଠି ଚାଲିଛି ସଜା।
ଧବଳ ବସନେ ଶୋଭିତ ସେ ମାଆ
ଶୁଭ୍ର ପଦ୍ମେଛନ୍ତି ବସି
ମୁଖରୁ ତାଙ୍କର ସଦା ଦିବ୍ୟ ବାଣୀ
ପଡୁଅଛି ସତେ ଖସି।
ଶତ ଶରତର ପୂର୍ଣ୍ଣିମା ଇନ୍ଦୁ ବି
ହେବନି ସେ ରୂପେ ସରି
ସହର୍ଷ ବଦନେ ରହିଛନ୍ତି ମାଆ
ହସ୍ତରେ ବୀଣାକୁ ଧରି।
ବିଦ୍ୟାଦାତ୍ରୀ ସେହି ବରଦାତ୍ରୀ ସେହି
ବାକ୍ଯଦେବୀ ଶାକମ୍ବରୀ
ମନ ଧ୍ୟାନ ଦେଇ ପୂଜିଲେ ତାହାଙ୍କୁ
କଟେ ଜୀବନର ଅରି।
ଚାଲ କୁନା ମୁନା ମାଆଙ୍କୁ ପୂଜିବା
ହୃଦୟେ ଭକତି ଭରି
ଫୁଲ ଫଳ ଧୂପ ଅର୍ପଣ କରିବା
ମାଆ ନାମ ହୃଦେ ଧରି।
ମାଆ ହେବେ ତୋଷ କଟିଯିବ ଦୋଷ
ବିଦ୍ୟା ଦେବେ ଆମ ଠାରେ
ସତ୍ୟ ସ୍ନେହ ଶାନ୍ତି ମମତା ପୁରିବ
ଆମରି ହୃଦୟ ପୁରେ।
ରୋହିଗାଁ ,ଗଞ୍ଜାମ
ମୋ-୮୨୪୯୧୧୯୧୩୦