Latest Odisha News

ଲକ୍ଷ୍ନୌକୁ ଥରାଇବା ଷଡଯନ୍ତ୍ର ଥିଲା, ପିଏଫଆଇର ଦୁଇ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ବୋମା ବିସ୍ଫୋରଣରେ ଲକ୍ଷ୍ନୌକୁ ଥରାଇବା ପାଇଁ ଷଡଯନ୍ତ୍ର ରଚିଥିଲା ପିଏଫଆଇ । ତେବେ ୟୁପି ଏସଟିଏଫ ସେମାନଙ୍କ ଯୋଜନା ବିଫଳ କରି ଦେଇଛନ୍ତି । ଏହି ୨ ଆତଙ୍କବାଦୀ ହେଲେ ପିଏଫଆଇ କମାଣ୍ଡର ଅନସଦ ବଦରୁଦ୍ଦିନ ଓ ଫିରୋଜ ଖାଁ । ସେମାନଙ୍କ ନିକଟରୁ ୧୬ ଏକ୍ସୋପ୍ଲୋଜିଭ ଡିଭାଇସ, ଗୋଟିଏ ପିସ୍ତଲ, ୭ କାରତୁସ, ୨ଟି ପେନଡ୍ରାଇଭ, ୧୨ ରେଲୱେ ଟିକେଟ, ପ୍ୟାନ କାର୍ଡ, ଏଟିଏମ, ଡିଏଲ, ଆଧାର କାର୍ଡ ଜବତ ହୋଇଛି ।

ଏସଟିଏଫର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ସେମାନେ ଆରଏସଏସ ଓ ବିଜେପିର କେତେକ ନେତାଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ ଥିଲେ । ଏସଟିଏଫ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Comments are closed.