Latest Odisha News

BREAKING NEWS

ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି । ଏହି ସତର୍କ ସୂଚନା ରାଜ୍ୟର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼ ଓ କଟକ ଜିଲ୍ଲାରେ ହେବାର ସମ୍ଭାବନା ରହିଛି ।

ଏବେ ବର୍ଷା ପରିବର୍ତ୍ତେ ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଦୁଇଦିନ ପୂର୍ବରୁ ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ଝାଞ୍ଜିଖରାରେ ହନ୍ତସନ୍ତ ହେଉଛି ସାରା ରାଜ୍ୟ । ତେବେ ମୌସୁମୀ ବର୍ଷା ହେଲେ ରୌଦ୍ରତାପରୁ ତ୍ରାହି ମିଳିପାରିବ ବୋଲି ଆଶା କରାଯାଉଛି । ଏହି ମୌସୁମୀ ବୃଷ୍ଟିପାତ ଆସନ୍ତା ୨୩ ତାରିଖ ଯାଏ ଲାଗି ରହିବାର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ଏହି ସବୁ ଜିଲ୍ଲାମାନଙ୍କରେ ବର୍ଷା ସାଙ୍ଗକୁ ପବନ ଏବଂ ବଜ୍ରପାତର ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ବାହାରକୁ ନବାହାରିବା ଲାଗି ପାଣିପାଗ ବିଭାଗ କର୍ତ୍ତୃପକ୍ଷ ପରାମର୍ଶ କରିଛନ୍ତି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୪୨.୩ ଡ଼ିଗ୍ରୀ ରହିଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହୋଇଥିଲା ।

Leave A Reply

Your email address will not be published.