Latest Odisha News

BREAKING NEWS

ଶାହାରୁଖ୍‌ଙ୍କ ସହ ଫିଲ୍ମ ‘ପଠାନ’ ସୁଟିଂରେ ବ୍ୟସ୍ତ ସଲ୍‌ମାନ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ଶାହରୁଖ ଖାନଙ୍କ ସହ ଅଭିନୟ କରୁଥିବା ଆଗାମୀ ଫିଲ୍ମ ପଠାନ ସେଟରେ ନଜର ଆସିଥିଲେ। ଯାହା ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ।

ଗୁରୁବାର ଦିନ YRF ଷ୍ଟୁଡିଓରେ ଫିଲ୍ମର ସୁଟିଂରେ ସଲମାନ ଶାହରୁଖଙ୍କ ସହ ଯୋଗ ଦେଇଥିଲେ। ସୋସିଆଲ ମିଡିଆ ସଲମାନ ଶାହାରୁଖ୍‌ଙ୍କ କାରରେ ବସି ସୁଟିଂ ସ୍ଥାନରୁ ବାହାରକୁ ଯାଉଥିବା ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେଉଛି।

ଦୁଇ ବର୍ଷରୁ ଅଧିକ ବ୍ୟବଧାନ ପରେ ଶାହରୁଖ ଖାନ ପଠାନ ମାଧ୍ୟମରେ ପୁଣି ବଲିଉଡ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଜିରୋ ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା। ଏଥିରେ ଦୀପିକା ପାଦୁକୋନ୍ ଏବଂ ଡିମ୍ପଲ୍ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି। ପଠାନରେ ସଲମାନଙ୍କର ଏକ ବିଶେଷ ଭୂମିକା ରହିଛି, ଯାହାର ଶୁଟିଂ ବର୍ତ୍ତମାନ ଚାଲିଛି।

Comments are closed.