Latest Odisha News

BREAKING NEWS

ସହରରେ ୫ ଦିନ, CHCରେ ୩ ଦିନ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୋମବାର ମୋଟ ୨୧ ହଜାର ୯୧୪ ଜଣଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେହିଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ୪୫ରୁ ୫୯ ବୟସ୍କ ୩୦୦ ଜଣଙ୍କୁ ଟିକା ଦିଆଯାଇଛି । ସେମାନଙ୍କ ସଂଖ୍ୟା ୧୧ ହଜାର ୫୮୯ ବୋଲି ଜଣାପଡ଼ିଛି ।

ଗତକାଲି ୧ ହଜାର ୪୧ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୬ ହଜାର ୮୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଛନ୍ତି । ୨ ହଜାର ୪୨୪ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି । ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧଙ୍କୁ ମିଶାଇ ସୋମବାର ୨୧ ହାଜର ୯୧୪ ଜଣଙ୍କୁ ସଫଳତାର ସହ ଟିକା ଦିଆଯାଇଛି । କେଉଁଠି ବି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଆଜି ବି ଟିକାକରଣ ଭଲ ଭାବେ ଚାଲିଛି । ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଟୀକାକରଣ ହୋଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

କୋୱିନ୍ ସଫ୍ଟୱେରରେ ଗତକାଲି ପ୍ରାଥମିକ ପର୍ଯ୍ୟାୟରେ କିଛି ସମସ୍ୟା ଥିଲା । ସର୍ଭର ଡାଉନକୁ ଠିକ୍ କରାଯାଇଛି । ଆଜି ବି ସାମାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥିଲା, ଯାହାକ ଠିକ୍ କରାଯାଇଛି । ଅନଲାଇନ୍ ପଞ୍ଜିକରଣ କରିନଥିବା ଯୋଗ୍ୟ ବ୍ୟକ୍ତି ଟିକାକରଣ କେନ୍ଦ୍ର ଯାଇ ପଞ୍ଜିକରଣ କରି ଟିକା ନେବେ । କୌଣସି କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ବିନା ଟିକା ଦିଆଯାଇ ପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ୨୬୪ଟି କେନ୍ଦ୍ରରେ ଟିକା ଦିଆଯାଉଛି । ଟିକାକରଣ କେନ୍ଦ୍ର ସଂଖ୍ୟା ଆହୁରି ବଢ଼ିବ । ସବୁ ଘରୋଇ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇନି, ଧୀରେ ଧୀରେ ହେବ ।

ଦ୍ଵିତୀୟ ପର୍ଯ୍ୟାୟରେ ସବୁ ବୟସ୍କ ଲୋକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଗୁଡ଼ିକରେ ସପ୍ତାହରେ ୫ ଦିନ ଟିକାକରଣ ହେବ । ସିଏଚସି ଗୁଡ଼ିକରେ ୩ ଦିନ ଟିକାକରଣ କରାଯିବ । ଫଳରେ ସେଠାରେ ଅନ୍ୟ କାମ ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.