Latest Odisha News

BREAKING NEWS

ସ୍ବାମୀ ସହ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକ‌ୋର୍ଟ

ନୂଆଦିଲ୍ଲୀ: ପତ୍ନୀ କେବେବି ତା’ ସ୍ବାମୀର ଦାସୀ ନୁହେଁ। ଯଦି ଜଣେ ପତ୍ନୀ ନଚାହାଁନ୍ତି ତାହେଲେ ତାଙ୍କୁ ସ୍ବାମୀ ସହ ରହିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ। କାରଣ ପତ୍ନୀ ପୁରୁଷର ଦାସୀ କିମ୍ବା ଅସ୍ଥାବର ସମ୍ପତ୍ତି ନୁହେଁ।

ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏଭଳି ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ଗୋରଖପୁରର ଜଣେ ମହିଳା ଯୌତୁକ ପାଇଁ ନିର୍ଯ୍ୟାତନା ପାଇବା ସହ ଘରୁ ତଡା ଖାଇଥିବା ଅଭିଯୋଗ ହୋଇଥିଲା।

ଯାହା ପରେ ୨୦୧୫ ମସିହାରେ ସେ ନିଜର ଭରଣପୋଷଣ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ଯେଉଁ ମାମଲାର ବିଚାର କରି ସମ୍ପୃକ୍ତ ସ୍ବାମୀ ଜଣକ ତାଙ୍କ ପତ୍ନୀକୁ ମାସିକ ୨୦ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ଏଭଳି ନିଷ୍ପତ୍ତି ପରେ ସ୍ବାମୀ ଭରଣପୋଷଣ ଦେବାକୁ ମନା କରିବା ସହିତ ନିଜ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ତାଙ୍କ ସହ ପୁର୍ନବାର ସଂସାର ଗଢିବାକୁ କହିବା ସହ ଅଦାଲତରେ ଏକ ଆବେଦନ କରିଥିଲେ। ଯାହାର ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

Comments are closed.