Latest Odisha News

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪ ରନ କରି ଅଲଆଉଟ ହୋଇଥିଲା । ଜବାବରେ ଅକ୍ଷଦୀପ ନାଥଙ୍କ ୭୧ ରନ ବଳରେ ଉତରପ୍ରଦେଶ ୪୨.୪ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ସେହିପରି ଦ୍ୱିତୀୟ ସେମିରେ ମୁମ୍ବାଇ ୭୨ ରନରେ କର୍ଣ୍ଣାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ମୁମ୍ବାଇ ପୃଥ୍ୱୀ ଶ’ଙ୍କ ୧୬୫ ରନ ସହାୟତାରେ ୪୯.୨ ଓଭରରେ ୩୨୨ ରନ କରି ଅଲଆଉଟ ହୋଇଥିଲା । ଜବାବରେ କର୍ଣ୍ଣାଟକ ୪୨.୪ ଓଭରରେ ୨୫୦ ରନ କରିବାକୁ ସକ୍ଷମ ହୋଇଥିଲା ।

Comments are closed.