Latest Odisha News

BREAKING NEWS

ପୃଥିବୀର ଅତି ପାଖ ଦେଇ ଅତିକ୍ରମ କରିବ ଏକ ବିରାଟ ଉଲକାପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଉଲକା ପିଣ୍ଡ । ମାର୍ଚ୍ଚ ୨୧ ତାରିଖରେ ପୃଥିବୀର ଅତି ପାଖ ଦେଇ ଏକ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ହେଉଛି ଏବେସୁଦ୍ଧା ଅତିକ୍ରମ କରିଥିବା ସବୁଠାରୁ ବଡ ଉଲକା ପିଣ୍ଡ । ଏହା ବୁର୍ଜ ଖଲିଫା ଆକାରର ଦ୍ୱିଗୁଣ ହେବ ବୋଲି ସୂଚନା ମିଳିଛି । ନାସା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ନାସାର ରିପୋର୍ଟ ଅନୁସାରେ, ଏହି ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ନାହିଁ । ଏହା ପୃଥିବୀଠାରୁ ୨ ମିଲିୟନ କିମି ଦେଇ ଅତିକ୍ରମ କରିବ । ବୈଜ୍ଞାନିକମାନେ ଏହାକୁ ଅତି ନିକଟରୁ ଅନୁସନ୍ଧାନ କରୁଛନ୍ତି । ଏହାର ନାଁ ଦିଆଯାଇଛି ଆଷ୍ଟ୍ରୋଏଡ୍ ଏଫଓ ୩୨ । ଏହାକୁ ୨୦ ବର୍ଷ ପୂର୍ବରୁ ଆବିଷ୍କାର କରାଯାଇଥିଲା । ମାର୍ଚ୍ଚ ୨୧ ତାରିଖ ସକାଳ ୪ଟାରେ ଏହା ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ ।

ନାସାର କହିବାନୁସାରେ,  ୨୦୦୧ ଏଫଓ ୩୨ଆଷ୍ଟ୍ରୋଏଡ୍ ଘଣ୍ଟା ପ୍ରତି ୭୭୦୦୦ ମାଇଲ୍ ଦେଇ ଗତି କରିବ । ଯାହା ପୃଥିବୀ ନିକଟରେ ଅବସ୍ଥିତ ଅନ୍ୟ ଉଲକା ପିଣ୍ଡ ତୁଳନାରେ ବହୁତ ବେଶୀ । ଏବେ ସୁଦ୍ଧା ବହୁତ ଜଣ ଏହି ଉଲକାପିଣ୍ଡ ବାବଦରେ ଜାଣିନଥିଲେ କିନ୍ତୁ ବହୁତ ଶୀଘ୍ର ସବୁ ଜାଣିଯିବେ ବୋଲି ନାସାର ବୈଜ୍ଞାନିକ ଲାନ୍ସ ବ୍ୟାନର୍ କହିଛନ୍ତି ।

Leave A Reply

Your email address will not be published.