Latest Odisha News

BREAKING NEWS

୨୦୧୯ ବଜେଟ୍ ମୁଖ୍ୟାଂଶ: ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ । ଏଥିରେ ମୂଳଧନୀ ବ୍ୟୟ ପରିମାଣ ୩,୩୬,୨୯୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି । ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାଗୁଡ଼ିକ ନିମନ୍ତେ ମୋଟ ବ୍ୟୟ ଅଟକଳ ୩,୨୭,୬୭୯ କୋଟି ଟଙ୍କା ସ୍ଥିର ହୋଇଛି । ରାଜକୋଷୀୟ ନିଅଂଟ ୨୦୨୦-୨୧ ଆର୍ଥିକ ବର୍ଷସୁଦ୍ଧା ୩ ପ୍ରତିଶତରେ ସ୍ଥିର ରଖିôବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତୀୟ ନିଅଂଟ ମୋଟ ଜିଡିପିର ୩.୪ ପ୍ରତିଶତ ରଖାଯିବାକୁ ବଜେଟ୍ରେ ସଂକଳ୍ପ ଘୋଷଣା କରାଯାଇଛି । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଅନୁସାରେ ବିତୀୟ ନିଅଂଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏହା ୭ବର୍ଷ ତଳେ ୬ ପ୍ରତିଶତରେ ପହଂଚିଥିଲା । ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ୍ ଅଭିଭାଷଣ ପ୍ରଦାନ ବେଳେ ମଧ୍ୟମବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ମଧ୍ୟବର୍ତିକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀ ଓ ମଧ୍ୟବିତବର୍ଗ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅପେକ୍ଷା କରିପାରିବେ ନାହିଁ । ତେଣୁ ସେମାନଙ୍କ ପାଇଁ ଯୁଗାନ୍ତକାରୀ କଲ୍ୟାଣମୂଳକ ପଦକ୍ଷେପ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ । ଏହି କାର୍ଯ୍ୟକ୍ରମ ଲାଗି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ୨୦୧୯-୨୦ ଆର୍ଥିକ ବର୍ଷଲାଗି ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । କିନ୍ତୁ ସେ କହିଛନ୍ତି ଯେ ଏହି ଐତିହାସିକ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ୨୦୧୮ ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ ।

ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଆଉ କେତେକ ବାସ୍ତବବାଦୀ ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି । ଶ୍ରୀ ଗୋଏଲ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରିହାତି ହସ୍ତକ୍ଷେପ ଯୋଜନା ଅଧୀନରେ ସୁଧ ରିହାତି ୨ ଗୁଣ କରାଯିବ ।

ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ । ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ । ଇତିମଧ୍ୟରେ କେନ୍ଦ୍ର ସରକାର ୨୨ଟି ପ୍ରମୁଖ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚକୁ ସମର୍ଥନ ଯୋଗାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବୃଦ୍ଧି ପାଇ ୧୧.୬୮ ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଉପାୟ ସ୍ୱରୂପ ଚଳିତ ବଜେଟ୍ରେ ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ଦେଶରେ ପ୍ରଥମ ଥରପାଇଁ ମତ୍ସ୍ୟଚାଷ ବିଭାଗ ଗଠନ ସକାଶେ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଘୋଷଣା କରିଛନ୍ତି । ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିବା ବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି ।
୨୦୧୯ ବଜେଟ୍ ମୁଖ୍ୟାଂଶ:
– ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ ।
– ମୂଳଧନୀ ବ୍ୟୟ ପରିମାଣ ୩,୩୬,୨୯ କୋଟି ଟଙ୍କା
– କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
– ରାଷ୍ଟ୍ରୀୟ ଶିକ୍ଷାମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
– ତଫସିଲଭୁକ୍ତ ଜାତିର କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
– ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ
– ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଘୋଷଣା
– ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା
– ଏଥିଲାଗି ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
– ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା
– ଦେଶର ୧୨ କୋଟି ଗରିବ କୃଷକଙ୍କୁ ମିଳିବ ସିଧାସଳଖ ଲାଭ
– ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ଗଠନ ହେବ ସ୍ୱତନ୍ତ୍ର କେନ୍ଦ୍ରୀୟ ବିଭାଗ
– ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
– ଅଙ୍ଗନୱାଡ଼ି, ଆଶାକର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି ଲାଗି ଘୋଷଣା
– ଶ୍ରମିକମାନଙ୍କ ପାଇଁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ପେନ୍ସନ୍ ଯୋଜନା
– ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍
– ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
– ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି
– ଡାକଘର ଓ ବ୍ୟାଙ୍କ ସଂଚୟ ଜମାର ସୁଧ ଉପରେ ଟିଡିଏସ୍ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
– ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
– ରେଳବାଇକୁ ମିଳିବ ୬୪,୫୮୭କୋଟି ଟଙ୍କାର ବଜେଟ୍ ସହାୟତା
– ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ‘ବନ୍ଦେ ଭାରତ ହାଇସ୍ପିଡ୍ ଏକ୍ସପ୍ରେସ୍’
– ଯାଯାବର ଉପଜାତିଙ୍କ ପାଇଁ ଗଠନ ହେବ କଲ୍ୟାଣ ବୋର୍ଡ
– ନୂଆ ଭାରତ ନିର୍ମାଣ ପାଇଁ ବଜେଟ୍ରେ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା
– ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିବେଶ ଲକ୍ଷ୍ୟ
– ବିମୁଦ୍ରୀକରଣ ପରେ ୩.୩୮ ଲକ୍ଷ ନକଲି / ଜାଲ୍ କମ୍ପାନୀର ପଞ୍ଜୀକରଣ ରଦ୍ଦ
– ଜିଏସ୍ଟି ଯୋଗୁ ବୃଦ୍ଧି ପାଉଛି ରାଜସ୍ୱ ଆୟର ପ୍ଳବତା
– ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି
– ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳାଙ୍କୁ ମିଳିଛି ଋଣ ସହାୟତା

ସେହିପରି ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିôବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକନ୍ତୁ, ନିଜ ଅଧୀନରେ ଥିବା ଦ୍ୱିତୀୟ ଘରର ନୋସନାଲ୍ ରେଂଟ୍ ଉପରୁ ଟିକସ ଛାଡ଼ କରାଯିବା ବିଷୟ ଘୋଷଣା ହୋଇଛି । ଆୟକର ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିଷ୍ପତି ଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

ନୂତନ ବଜେଟରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ । ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ -୧୮ ଚଳାଚଳ କରିବ । ଏହି ଟ୍ରେନ୍ର ନାମ ରଖାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍ ।’

ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି ।

ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବଜେଟ୍ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହାକି, ଚଳିତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି ଚଳିତ ୨୦୧୮-୧୯ ବର୍ଷର ବଜେଟ୍ଠାରୁ ୨୮ ପ୍ରତିଶତ ଅଧିକ ।

ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ବ୍ୟବସ୍ଥା ଓ ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପଳାତକ ଆର୍ଥିକ ଅପରାଧୀ ବିଲ୍, ଦେବାଳିଆ ଓ ଦେବାଳିଆପଣ ସଂହିତା ଏବଂ ଜିଏସ୍ଟି ଭଳି ଐତିହାସିକ ଟିକସ ସଂସ୍କାରମାନ ଆଣିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବେ ବିଶ୍ୱର ସର୍ବବୃହତ୍ ବ୍ୟବହାର ସଂସ୍କାର କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଦେଶର ଗ୍ରାମାଂଚଳରେ ୯୮ ପ୍ରତିଶତ ଏରିଆରେ ପରିମଳ ବ୍ୟବସ୍ଥା ପହଂଚିଛି । ୫.୪୫ ଲକ୍ଷ ଗ୍ରାମକୁ ଖୋଲା ଶୌଚମୁକ୍ତ ଅଂଚଳ ଘୋଷଣା କରାଯାଇଛି । ମୋଟ ୧୭ ଲକ୍ଷ ଜନବସତି ମଧ୍ୟରୁ ୧୫ଲକ୍ଷ ବସତିକୁ ପକ୍କା ରାସ୍ତା ନିର୍ମାଣ ହୋଇଛି । ଗରିବର ଗ୍ରାମକୁ ଏବେ ବସ୍ ଯାତାୟତ କରିପାରୁଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କାର୍ଯ୍ୟ ମଧ୍ୟ ବେଶ୍ ଅଗ୍ରଗତି କରିଛି । ଏଥିଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଲେ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଦେଶରେ ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି । ଗତ ୫ ବର୍ଷ ମଧ୍ୟରେ ୧.୫୩ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି, ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୫ ଗୁଣ ଅଧିକ । ଗତ ସାଢେ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୪୩ କୋଟି ଏଲ୍ଇଡି ବଲ୍ବ ବିତରଣ କରାଯାଇଛି । ଏହାଦ୍ୱାରା ୫୦ ହଜାର କୋଟି ଟଙ୍କା ବିଦ୍ୟୁତ ବିଲ୍ ବାବଦରେ ଲୋକମାନେ ସଂଚୟ କରିପାରିଛନ୍ତି । ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁ ଆଗ୍ରହୀ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଦେଶର ୫୦ କୋଟି ଲୋକଙ୍କ ପାଇଁ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତ ଅଧୀନରେ ଏପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ଆଧୁନିକ ଚିକିତ୍ସା ସୁବିଧା ପାଇଛନ୍ତି, ଯାହାଦ୍ୱାରା ସେମାନଙ୍କର ୩ ହଜାର କୋଟି ଟଙ୍କା ସଂଚୟ ହୋଇଛି ।

ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ଲାଗି କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ୨.୬ ଲକ୍ଷ କୋଟି ଟଙ୍କାର ପୁନଃ ପୁଞ୍ଜିକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ନୂତନ ପେନ୍ସନ୍ ସ୍କିମ୍ – ଏନ୍ପିଏସ୍ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କ ଦେୟ ଉପରେ କେନ୍ଦ୍ର ସରକାର ତାଙ୍କ ଅବଦାନକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଇପିଏଫ୍ଓ ପକ୍ଷରୁ କ୍ଷତିପୂରଣ ରାଶି ଶ୍ରମିକମାନଙ୍କ ସକାଶେ ଅଢେଇ ଲକ୍ଷରର ୬ ଲକ୍ଷକୁ ବୃଦ୍ଧି କରାଯାଇଛି । ଅଙ୍ଗନୱାଡ଼ି ଓ ଆଶାକର୍ମୀ ମାନଙ୍କ ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

ଶ୍ରମିକମାନଙ୍କ ସକାଶେ ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି – ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଧନ୍ ଯୋଜନା । ପ୍ରସ୍ତାବିତ ଯୋଜନା ଅଧୀନରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାର ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ମିଳିବ । ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତିରେ ଲାଗୁ କରାଯିବ । ବଜେଟ୍ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ଉଜ୍ୱଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷସୁଦ୍ଧା ଦେଶରେ ୮କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ପ୍ରତି ଗରିବ ଘରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ୱାରା ବର୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି ।

ମୁଦ୍ରା ଯୋଜନା ଅଧୀନରେ ୧୫.୫୬ କୋଟି ୟୁନିଟ୍ କ୍ଷୁଦ୍ର ଋଣ ପ୍ରଦାନ କରାଯାଇଛି । ସେଥିମଧ୍ୟରେ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି । କେନ୍ଦ୍ର ସରକାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ଦ୍ୱାରା ଉତ୍ପାଦିତ ସାମଗ୍ରୀର ୨୫ ପ୍ରତିଶତ କ୍ରୟ ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୦୦ରୁ ଅଧିକ ଛୋଟ ଓ ମଧ୍ୟମ ବିମାନବନ୍ଦର ଉଡ଼ାଣ ଯୋଜନାରେ ପ୍ରତିଷ୍ଠା କରାଯାଇଛି । ଫଳରେ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ପରିବାରମାନେ ମଧ୍ୟ ଟ୍ରେନ୍ ପରିବର୍ତେ ଶସ୍ତାରେ ବିମାନ ଯାତ୍ରା କରିପାରୁଛନ୍ତି । ସେହିପରି ଆଭ୍ୟନ୍ତରୀଣ ଜଳପଥରେ ଉତ୍ସର୍ଗୀକୃତ ମାଲ୍ ପରିବହନ ସେବା ଆରମ୍ଭ କରାଯିବାର ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ସାମଗ୍ରୀର ପରିବହନ ଖର୍ଚ୍ଚ ଅନେକାଂଶରେ କମିବ ଏବଂ ସର୍ବସାଧାରଣ ଏହାର ଫାଇଦା ପାଇବେ ।
ଦେଶରେ ସୌରଶକ୍ତି ଉତ୍ପାଦନ ୧୦ଗୁଣ ବୃଦ୍ଧି ପାଇଛି ବୋଲି ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଶକ୍ତିର ସହଜ ଉପଲବ୍ଧି ଦ୍ୱାରା ଡିଜିଟାଲ ଇଣ୍ଡିଆକୁ ବଳ ମିଳିବ । ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି । ଏବେ କେନ୍ଦ୍ର ସରକାର ୧ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ଆତ୍ମନିଯୁକ୍ତିର ସୁବିଧା ପାଇବେ ଏବଂ ଅନ୍ୟ ଲାଗି ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ ।

ଐତିହାସିକ ଟିକସ ସଂସ୍କାର ଜିଏସ୍ଟି ସଂପର୍କରେ ଆକଳନ ରଖି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଜିଏସ୍ଟି ଏବଂ ବିମୁଦ୍ରୀକରଣ ପରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୩.୭୯ କୋଟିରୁ ୬.୮୫ କୋଟିକୁ ବୃଦ୍ଧି ପାଇଛି । ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି ଘଟିଛି । କମ୍ପୋଜିଟ୍ ସ୍କିମ୍ ଅଧୀନରେ ବ୍ୟବସାୟ ୟୁନିଟ୍ଗୁଡ଼ିକୁ ୧୮ ପ୍ରତିଶତ ବଦଳରେ ୬ ପ୍ରତିଶତ ଜିଏସ୍ଟି ବସାଯିବାକୁ ସ୍ଥିର କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୭, ୧୦୦ କୋଟି ଟଙ୍କାର ଟିକସ ରାଜସ୍ୱ ମିଳୁଛି । କିନ୍ତୁ ବର୍ତମାନର ଟିକସ ଆଦାୟର ଧାରାକୁ ନଜର ରଖିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ହାର ମାସିକ ୧ଲକ୍ଷ କୋଟି ଟଙ୍କାରୁ ବଳିଯିବ । ଏଣୁ ଆଗାମୀ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ୱଳ ଭବିଷ୍ୟତ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଏବେ ଜିଏସ୍ଟି ରିଟର୍ଣ୍ଣ ଦାଖଲକୁ ସଂପୂର୍ଣ୍ଣରୂପେ ଅନ୍ଲାଇନ୍ କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍ ଲାଗି ୨୪ ଘଂଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାର ମଧ୍ୟବିତ ପରିବାର ମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦକୁ ଟିକସ ହାର କମ୍ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି । ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏହି ପ୍ରସ୍ତାବ ଉପରେ ତର୍ଜମା ଓ ବିଚାରବିମର୍ଶ ଚଳାଇଛନ୍ତି । ଖୁବ୍ଶୀଘ୍ର ଏହାର ରିପୋର୍ଟ ମିଳିବ ଏବଂ ତା ଉପରେ ଜିଏସ୍ଟି ପରିଷଦ ସବୁ ରାଜ୍ୟର ପରାମର୍ଶକୁ ଭିତିକରି ଚୂଡ଼ାନ୍ତ ନିଷ୍ପତି ନେବେ ।

ବିମୁଦ୍ରୀକରଣ ପରେ ଦେଶରେ ୩.୩୮ ଲକ୍ଷ ଜାଲ୍ ଓ ନକଲି କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଛି । ୧.୩ କୋଟି ଲୋକ ଆୟକର ନେଟ୍ୱାର୍କ ମଧ୍ୟକୁ ଆସିଛନ୍ତି । ବିଭିନ୍ନ ଉପାୟରେ ୫୦ ହଜାର କୋଟି ଟଙ୍କାର କଳାଧନ ଜବତ ଅଥବା ବାଜ୍ୟାପ୍ତି କରାଯାଇଛି । ଭାରତ ଏବେ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥ୍ା ଆଡକୁ ଅଗ୍ରସର ହେଉଛି । ଅପରପକ୍ଷରେ ୩୬ଟି ମହତ୍ୱପୂର୍ଣ୍ଣ ସାମଗ୍ରୀ ଉପରୁ ସୀମାଶୁଳ୍କ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରାଯାଇଛି । ଏହା ଅର୍ଥ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । ଆଗାମୀ ୮ବର୍ଷ ମଧ୍ୟରେ ଆମ ଦେଶ ୧୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଦେଶକୁ ଏକ ନୂତନ ଶୀଖରରେ ପହଂଚାଇବା ପାଇଁ ଏବଂ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟ୍ରେ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି । ଏଗୁଡ଼ିକ ହେଲା –(୧) ଭୌତିକ ଓ ସାମାଜିକ ଭିତିଭୂମି ନିର୍ମାଣ, (୨) ଡିଜିଟାଲ ଭାରତ ଓ ଅର୍ଥ ବ୍ୟବସ୍ଥାର ଭିତିଭୂମିକୁ ସୁଦୃଢ କରିବା, (୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ, (୪) ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ, (୫) ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, (୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ, (୭) ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପଦାର୍ପଣ କରାଇବା, (୮) ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା, (୯) ସ୍ୱାସ୍ଥ୍ୟପ୍ରଦ ଭାରତ ଏବଂ (୧୦) ଛୋଟ ସରକାର, ସର୍ବୋତମ ପ୍ରଶାସନ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ । ଏଥିରେ ମୂଳଧନୀ ବ୍ୟୟ ପରିମାଣ ୩,୩୬,୨୯୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି । ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାଗୁଡ଼ିକ ନିମନ୍ତେ ମୋଟ ବ୍ୟୟ ଅଟକଳ ୩,୨୭,୬୭୯ କୋଟି ଟଙ୍କା ସ୍ଥିର ହୋଇଛି । ରାଜକୋଷୀୟ ନିଅଂଟ ୨୦୨୦-୨୧ ଆର୍ଥିକ ବର୍ଷସୁଦ୍ଧା ୩ ପ୍ରତିଶତରେ ସ୍ଥିର ରଖିôବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତୀୟ ନିଅଂଟ ମୋଟ ଜିଡିପିର ୩.୪ ପ୍ରତିଶତ ରଖାଯିବାକୁ ବଜେଟ୍ରେ ସଂକଳ୍ପ ଘୋଷଣା କରାଯାଇଛି । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଅନୁସାରେ ବିତୀୟ ନିଅଂଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏହା ୭ବର୍ଷ ତଳେ ୬ ପ୍ରତିଶତରେ ପହଂଚିଥିଲା । ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ୍ ଅଭିଭାଷଣ ପ୍ରଦାନ ବେଳେ ମଧ୍ୟମବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ମଧ୍ୟବର୍ତିକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀ ଓ ମଧ୍ୟବିତବର୍ଗ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅପେକ୍ଷା କରିପାରିବେ ନାହିଁ । ତେଣୁ ସେମାନଙ୍କ ପାଇଁ ଯୁଗାନ୍ତକାରୀ କଲ୍ୟାଣମୂଳକ ପଦକ୍ଷେପ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ । ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ । ଏହି କାର୍ଯ୍ୟକ୍ରମ ଲାଗି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ୨୦୧୯-୨୦ ଆର୍ଥିକ ବର୍ଷଲାଗି ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । କିନ୍ତୁ ସେ କହିଛନ୍ତି ଯେ ଏହି ଐତିହାସିକ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ୨୦୧୮ ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ ।

ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଆଉ କେତେକ ବାସ୍ତବବାଦୀ ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି । ଶ୍ରୀ ଗୋଏଲ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରିହାତି ହସ୍ତକ୍ଷେପ ଯୋଜନା ଅଧୀନରେ ସୁଧ ରିହାତି ୨ ଗୁଣ କରାଯିବ ।
ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ । ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ । ଇତିମଧ୍ୟରେ କେନ୍ଦ୍ର ସରକାର ୨୨ଟି ପ୍ରମୁଖ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚକୁ ସମର୍ଥନ ଯୋଗାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବୃଦ୍ଧି ପାଇ ୧୧.୬୮ ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଉପାୟ ସ୍ୱରୂପ ଚଳିତ ବଜେଟ୍ରେ ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ଦେଶରେ ପ୍ରଥମ ଥରପାଇଁ ମତ୍ସ୍ୟଚାଷ ବିଭାଗ ଗଠନ ସକାଶେ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଘୋଷଣା କରିଛନ୍ତି । ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିବା ବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି ।

ମଧ୍ୟମ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିôବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକନ୍ତୁ, ନିଜ ଅଧୀନରେ ଥିବା ଦ୍ୱିତୀୟ ଘରର ନୋସନାଲ୍ ରେଂଟ୍ ଉପରୁ ଟିକସ ଛାଡ଼ କରାଯିବା ବିଷୟ ଘୋଷଣା ହୋଇଛି । ଆୟକର ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହି ନିଷ୍ପତି ଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

ନୂତନ ବଜେଟ୍ରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ । ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ -୧୮ ଚଳାଚଳ କରିବ । ଏହି ଟ୍ରେନ୍ର ନାମ ରଖାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍ ।’
ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି ।

ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବଜେଟ୍ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହାକି, ଚଳିତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି ଚଳିତ ୨୦୧୮-୧୯ ବର୍ଷର ବଜେଟ୍ଠାରୁ ୨୮ ପ୍ରତିଶତ ଅଧିକ ।

ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ବ୍ୟବସ୍ଥା ଓ ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପଳାତକ ଆର୍ଥିକ ଅପରାଧୀ ବିଲ୍, ଦେବାଳିଆ ଓ ଦେବାଳିଆପଣ ସଂହିତା ଏବଂ ଜିଏସ୍ଟି ଭଳି ଐତିହାସିକ ଟିକସ ସଂସ୍କାରମାନ ଆଣିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବେ ବିଶ୍ୱର ସର୍ବବୃହତ୍ ବ୍ୟବହାର ସଂସ୍କାର କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଦେଶର ଗ୍ରାମାଂଚଳରେ ୯୮ ପ୍ରତିଶତ ଏରିଆରେ ପରିମଳ ବ୍ୟବସ୍ଥା ପହଂଚିଛି । ୫.୪୫ ଲକ୍ଷ ଗ୍ରାମକୁ ଖୋଲା ଶୌଚମୁକ୍ତ ଅଂଚଳ ଘୋଷଣା କରାଯାଇଛି । ମୋଟ ୧୭ ଲକ୍ଷ ଜନବସତି ମଧ୍ୟରୁ ୧୫ଲକ୍ଷ ବସତିକୁ ପକ୍କା ରାସ୍ତା ନିର୍ମାଣ ହୋଇଛି । ଗରିବର ଗ୍ରାମକୁ ଏବେ ବସ୍ ଯାତାୟତ କରିପାରୁଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କାର୍ଯ୍ୟ ମଧ୍ୟ ବେଶ୍ ଅଗ୍ରଗତି କରିଛି । ଏଥିଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଲେ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଦେଶରେ ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି । ଗତ ୫ ବର୍ଷ ମଧ୍ୟରେ ୧.୫୩ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି, ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୫ ଗୁଣ ଅଧିକ । ଗତ ସାଢେ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୪୩ କୋଟି ଏଲ୍ଇଡି ବଲ୍ବ ବିତରଣ କରାଯାଇଛି । ଏହାଦ୍ୱାରା ୫୦ ହଜାର କୋଟି ଟଙ୍କା ବିଦ୍ୟୁତ ବିଲ୍ ବାବଦରେ ଲୋକମାନେ ସଂଚୟ କରିପାରିଛନ୍ତି । ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁ ଆଗ୍ରହୀ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଦେଶର ୫୦ କୋଟି ଲୋକଙ୍କ ପାଇଁ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତ ଅଧୀନରେ ଏପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ଆଧୁନିକ ଚିକିତ୍ସା ସୁବିଧା ପାଇଛନ୍ତି, ଯାହାଦ୍ୱାରା ସେମାନଙ୍କର ୩ ହଜାର କୋଟି ଟଙ୍କା ସଂଚୟ ହୋଇଛି ।

ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ଲାଗି କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ୨.୬ ଲକ୍ଷ କୋଟି ଟଙ୍କାର ପୁନଃ ପୁଞ୍ଜିକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ନୂତନ ପେନ୍ସନ୍ ସ୍କିମ୍ – ଏନ୍ପିଏସ୍ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କ ଦେୟ ଉପରେ କେନ୍ଦ୍ର ସରକାର ତାଙ୍କ ଅବଦାନକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଇପିଏଫ୍ଓ ପକ୍ଷରୁ କ୍ଷତିପୂରଣ ରାଶି ଶ୍ରମିକମାନଙ୍କ ସକାଶେ ଅଢେଇ ଲକ୍ଷରର ୬ ଲକ୍ଷକୁ ବୃଦ୍ଧି କରାଯାଇଛି । ଅଙ୍ଗନୱାଡ଼ି ଓ ଆଶାକର୍ମୀ ମାନଙ୍କ ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

ଶ୍ରମିକମାନଙ୍କ ସକାଶେ ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି – ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଧନ୍ ଯୋଜନା । ପ୍ରସ୍ତାବିତ ଯୋଜନା ଅଧୀନରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାର ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ମିଳିବ । ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତିରେ ଲାଗୁ କରାଯିବ । ବଜେଟ୍ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ଉଜ୍ୱଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷସୁଦ୍ଧା ଦେଶରେ ୮କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ପ୍ରତି ଗରିବ ଘରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ୱାରା ବର୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି ।

ମୁଦ୍ରା ଯୋଜନା ଅଧୀନରେ ୧୫.୫୬ କୋଟି ୟୁନିଟ୍ କ୍ଷୁଦ୍ର ଋଣ ପ୍ରଦାନ କରାଯାଇଛି । ସେଥିମଧ୍ୟରେ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି । କେନ୍ଦ୍ର ସରକାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ଦ୍ୱାରା ଉତ୍ପାଦିତ ସାମଗ୍ରୀର ୨୫ ପ୍ରତିଶତ କ୍ରୟ ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୦୦ରୁ ଅଧିକ ଛୋଟ ଓ ମଧ୍ୟମ ବିମାନବନ୍ଦର ଉଡ଼ାଣ ଯୋଜନାରେ ପ୍ରତିଷ୍ଠା କରାଯାଇଛି । ଫଳରେ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ପରିବାରମାନେ ମଧ୍ୟ ଟ୍ରେନ୍ ପରିବର୍ତେ ଶସ୍ତାରେ ବିମାନ ଯାତ୍ରା କରିପାରୁଛନ୍ତି । ସେହିପରି ଆଭ୍ୟନ୍ତରୀଣ ଜଳପଥରେ ଉତ୍ସର୍ଗୀକୃତ ମାଲ୍ ପରିବହନ ସେବା ଆରମ୍ଭ କରାଯିବାର ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ସାମଗ୍ରୀର ପରିବହନ ଖର୍ଚ୍ଚ ଅନେକାଂଶରେ କମିବ ଏବଂ ସର୍ବସାଧାରଣ ଏହାର ଫାଇଦା ପାଇବେ ।
ଦେଶରେ ସୌରଶକ୍ତି ଉତ୍ପାଦନ ୧୦ଗୁଣ ବୃଦ୍ଧି ପାଇଛି ବୋଲି ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଶକ୍ତିର ସହଜ ଉପଲବ୍ଧି ଦ୍ୱାରା ଡିଜିଟାଲ ଇଣ୍ଡିଆକୁ ବଳ ମିଳିବ । ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି । ଏବେ କେନ୍ଦ୍ର ସରକାର ୧ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି । କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ଆତ୍ମନିଯୁକ୍ତିର ସୁବିଧା ପାଇବେ ଏବଂ ଅନ୍ୟ ଲାଗି ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ ।

ଐତିହାସିକ ଟିକସ ସଂସ୍କାର ଜିଏସ୍ଟି ସଂପର୍କରେ ଆକଳନ ରଖି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଜିଏସ୍ଟି ଏବଂ ବିମୁଦ୍ରୀକରଣ ପରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୩.୭୯ କୋଟିରୁ ୬.୮୫ କୋଟିକୁ ବୃଦ୍ଧି ପାଇଛି । ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି ଘଟିଛି । କମ୍ପୋଜିଟ୍ ସ୍କିମ୍ ଅଧୀନରେ ବ୍ୟବସାୟ ୟୁନିଟ୍ଗୁଡ଼ିକୁ ୧୮ ପ୍ରତିଶତ ବଦଳରେ ୬ ପ୍ରତିଶତ ଜିଏସ୍ଟି ବସାଯିବାକୁ ସ୍ଥିର କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୭, ୧୦୦ କୋଟି ଟଙ୍କାର ଟିକସ ରାଜସ୍ୱ ମିଳୁଛି । କିନ୍ତୁ ବର୍ତମାନର ଟିକସ ଆଦାୟର ଧାରାକୁ ନଜର ରଖିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ହାର ମାସିକ ୧ଲକ୍ଷ କୋଟି ଟଙ୍କାରୁ ବଳିଯିବ । ଏଣୁ ଆଗାମୀ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ୱଳ ଭବିଷ୍ୟତ ଆଶା କରୁଛନ୍ତି । ସେ କହିଛନ୍ତି ଯେ ଏବେ ଜିଏସ୍ଟି ରିଟର୍ଣ୍ଣ ଦାଖଲକୁ ସଂପୂର୍ଣ୍ଣରୂପେ ଅନ୍ଲାଇନ୍ କରାଯାଇଛି । ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍ ଲାଗି ୨୪ ଘଂଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାର ମଧ୍ୟବିତ ପରିବାର ମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦକୁ ଟିକସ ହାର କମ୍ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି । ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏହି ପ୍ରସ୍ତାବ ଉପରେ ତର୍ଜମା ଓ ବିଚାରବିମର୍ଶ ଚଳାଇଛନ୍ତି । ଖୁବ୍ଶୀଘ୍ର ଏହାର ରିପୋର୍ଟ ମିଳିବ ଏବଂ ତା ଉପରେ ଜିଏସ୍ଟି ପରିଷଦ ସବୁ ରାଜ୍ୟର ପରାମର୍ଶକୁ ଭିତିକରି ଚୂଡ଼ାନ୍ତ ନିଷ୍ପତି ନେବେ ।

ବିମୁଦ୍ରୀକରଣ ପରେ ଦେଶରେ ୩.୩୮ ଲକ୍ଷ ଜାଲ୍ ଓ ନକଲି କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଛି । ୧.୩ କୋଟି ଲୋକ ଆୟକର ନେଟ୍ୱାର୍କ ମଧ୍ୟକୁ ଆସିଛନ୍ତି । ବିଭିନ୍ନ ଉପାୟରେ ୫୦ ହଜାର କୋଟି ଟଙ୍କାର କଳାଧନ ଜବତ ଅଥବା ବାଜ୍ୟାପ୍ତି କରାଯାଇଛି । ଭାରତ ଏବେ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥ୍ା ଆଡକୁ ଅଗ୍ରସର ହେଉଛି । ଅପରପକ୍ଷରେ ୩୬ଟି ମହତ୍ୱପୂର୍ଣ୍ଣ ସାମଗ୍ରୀ ଉପରୁ ସୀମାଶୁଳ୍କ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରାଯାଇଛି । ଏହା ଅର୍ଥ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । ଆଗାମୀ ୮ବର୍ଷ ମଧ୍ୟରେ ଆମ ଦେଶ ୧୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଦେଶକୁ ଏକ ନୂତନ ଶୀଖରରେ ପହଂଚାଇବା ପାଇଁ ଏବଂ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟରେ  ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି । ଏଗୁଡ଼ିକ ହେଲା –(୧) ଭୌତିକ ଓ ସାମାଜିକ ଭିତିଭୂମି ନିର୍ମାଣ, (୨) ଡିଜିଟାଲ ଭାରତ ଓ ଅର୍ଥ ବ୍ୟବସ୍ଥାର ଭିତିଭୂମିକୁ ସୁଦୃଢ କରିବା, (୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ, (୪) ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ, (୫) ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ, (୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ, (୭) ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପଦାର୍ପଣ କରାଇବା, (୮) ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା, (୯) ସ୍ୱାସ୍ଥ୍ୟପ୍ରଦ ଭାରତ ଏବଂ (୧୦) ଛୋଟ ସରକାର, ସର୍ବୋତମ ପ୍ରଶାସନ ।

Leave A Reply

Your email address will not be published.