ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି ମହାରାଷ୍ଟ୍ର, କେରଳ, ପଞ୍ଜାବ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ଛତିଶଗଡ଼ ଓ ହିମାଚଳପ୍ରଦେଶ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂକ୍ରମଣକୁ ରୋକିବା ଦିଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏସବୁ ରାଜ୍ୟରେ ସଂକ୍ରମଣ ବଢୁଛି ।
ସେହିପରି ଆଜିର ବୈଠକରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ବି ସାର୍ବଜନୀନ କରାଯିବ । ହଠାତେ ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ପରଖିଥିଲା । ମହାରାଷ୍ଟ୍ରରେ ମହାମାରୀ ପ୍ରକୋପ ଅଧିକ ରହିଛି ।
ସେହିପରି ଟିକାକରଣ ଅଭିଯାନ ବାବଦରେ ବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଦେଶରେ ଟିକାକରଣ ପରେ ପ୍ରଥଣ ଥର ଏଭଳି ବୈଠକ ବସୁଛି । ଟିକାକରଣ ଅଗ୍ରଗତି ଓ ଏକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ବାବଦରେ ବି କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣକୁ ରୋକିବା ଓ ଟିକାକରଣ ଅଭିଯାନ ନେଇ ମୁଖ୍ୟମନ୍ତ୍ରୀଙ୍କ ମତାମତ ବି ଲୋଡ଼ିବେ ପ୍ରଧାନମନ୍ତ୍ରୀ ।
BREAKING NEWS
- ‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’
- ପ୍ରଧାନମନ୍ତ୍ରୀଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ, ବିଶ୍ବାସ କରୁନାହାନ୍ତି ଲୋକେ: ପ୍ରିୟଙ୍କା ଗାନ୍ଧୀ
- ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ
- ମିଛର ସୀମା ରହୁନାହିଁ ବିଜେପିର, ଏମାନଙ୍କ ଉପରେ ଭରସା ନାହିଁ: ପାଣ୍ଡିଆନ
- ପୁରୀରେ ବୋମା ମାଡ: ୪ ଆହତ, ତଦନ୍ତ ଜାରି
- ବଲାଙ୍ଗୀରରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଏମାନଙ୍କ କାମ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା ପରି
- ହାର୍ଦ୍ଦିକଙ୍କୁ ଟିମରେ ନେବା ସପକ୍ଷରେ ନ ଥିଲେ ରୋହିତ, ଅଗରକର
- ‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଓଡିଶାକୁ ବରବାଦ କରୁଛନ୍ତି’
- ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି:ନଡ୍ଡା
- ବରଗଡରେ ବଦଳିଲାଣି କି ବାଜି !