Latest Odisha News

କାଲି ରାଷ୍ଟ୍ରପତି କଲେ ଲୋକାର୍ପିତ, ଆଜି ସ୍ଥାନୀୟ ଲୋକଙ୍କ ଭଙ୍ଗାରୁଜା

ରାଉରକେଲା: ଇସ୍ପାତ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଥିବା ବେଳେ ଆଜି ସେଠାରେ ଉତ୍ତେଜନା ଦେଖାଦେଇଛି । ହସ୍ପିଟାଲରେ କେହି ଡାକ୍ତର ଓ ନର୍ସ ନ ଥିବା ଦର୍ଶାଇ କିଛି ସିଟୁ, ସିପିଆଇଏମ୍‌, ବିଜେଡି କର୍ମୀ ଓ ସ୍ଥାନୀୟ ଲୋକେ ଆଜି ଏଠାରେ ପଶି ଭଙ୍ଗାରୁଜା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସିଟୁ, ସିପିଆଇଏମ୍‌, ବିଜେଡି କର୍ମୀଙ୍କ ସହ କିଛି ସ୍ଥାନୀୟ ଲୋକେ ମିଶି ଦିନ ୧୦ଟା ବେଳେ ହସ୍ପିଟାଲ ଭିତରକୁ ପଶି ଆସିଥିଲେ । ସେମାନେ ଡାକ୍ତର ନ ଥିବା ଦର୍ଶାଇ ଉପସ୍ଥିତ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ଚେୟାର, ଟେବୁଲ ଓ କମ୍ପୁଟର ଭଙ୍ଗାରୁଜା କରିଥିଲେ । ସେମାନନଙ୍କ କହିବା କଥା ଆରଏସପି କର୍ତ୍ତୃପକ୍ଷ କର୍ମଚାରୀ କମ୍ ଥିବା ନେଇ ଗତକାଲି ରାଷ୍ଟ୍ରପତିଙ୍କୁ କାହିଁକି ଅବଗତ କରାଇଲେ ନାହିଁ । ଏହାକୁ ନେଇ ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡିଛି ।

Comments are closed.