ଚେନ୍ନାଇ: କରୋନା ମହାମାରୀ କାଳରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଉଦଘାଟନୀ ମୁକାବିଲାରେ ଭେଟିବ । ସନ୍ଧ୍ୟା ୭ଟା୩୦ରେ ବିନା ଦର୍ଶକରେ ଏହି ହାଇ ଭୋଲଟେଜ ମୁକାବିଲା ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହେବ । ବାଙ୍ଗାଲୋର ବିପକ୍ଷରେ ମୁମ୍ବାଇର ପ୍ରଦର୍ଶନ ନିକଟରେ ଭଲ ରହିଛି । ଦଳ ଶେଷ ୧୦ଟି ମୁକାବିଲାରେ ୮ଟିରେ ବିଜୟ ହାସଲ କରିଛି । ତେବେ ଆଇପିଏଲ ପ୍ରଥମ ମୁକାବିଲାରେ ମୁମ୍ବାଇ ସବୁଠାରୁ ଅଧିକ ୮ଥର ପରାଜିତ ହୋଇଛି । ଏମଏ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ଭାବେ ସ୍ପିନରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିଥାଏ । ଯେଉଁ ଦଳର ସ୍ପିନର ଭଲ ପ୍ରଦର୍ଶନ କରିବ ସେହି ଦଳ ଫାଇଦାରେ ରହିବ । ଗ୍ଲେନ ମ୍ୟାକ୍ସୱେଲଙ୍କ ଉପସ୍ଥିତି ବାଙ୍ଗାଲୋରକୁ ଭଲ ସ୍ଥିତିରେ ରଖିଛି । ତେବେ ତାଙ୍କୁ କେଉଁ ସ୍ଥାନରେ ଦଳ ଖେଳାଇବ ସେ ନେଇ ଚିନ୍ତାରେ ରହିଛି । ଅନ୍ୟ ଅର୍ଥରେ ବାଙ୍ଗାଲୋର ବ୍ୟାଟିଂ ଏବଂ ମୁମ୍ବାଇ ବୋଲରଙ୍କ ମଧ୍ୟରେ ଏହି ମ୍ୟାଚରେ ମୁକାବିଲା ଦେଖିବାକୁ ମିଳିବ ।
ସମ୍ଭାବିତ ଏକାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଜେମ୍ସ ନୀଶମ, କୃଣାଳ ପାଣ୍ଡ୍ୟା, ନାଥାନ କୋଲ୍ଟର ନୀଲ/ଜୟନ୍ତ ଯାଦବ, ରାହୁଲ ଚାହର, ଟ୍ରେଂଟ ବୋଲ୍ଟ, ଯଶପ୍ରୀତ ବୁମରାହ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ଦେବୀଦତ ପାଡିକଲ, ଏବି ଡି’ଭିଲର୍ସ, ଗ୍ଲେନ ମ୍ୟାକ୍ସୱେଲ, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାୟଲ ଜେମିସନ, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚାହଲ ।
BREAKING NEWS
- ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ, ଇଂରାଜୀ ନବବର୍ଷ ସମୟରେ ରତ୍ନଭଣ୍ଡାର…
- Rahul Gandhi: କଂଗ୍ରେସ ଆରମ୍ଭ କରିବ ମନରେଗା ବଞ୍ଚାଅ ଆନ୍ଦୋଳନ
- ପୋଷା ପ୍ରାଣୀଙ୍କ ଯତ୍ନ ପାଇଁ ସୋଆ ଆଇଭିଏସ୍ଏଏଚ୍ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଣ୍ଟର
- IED Spotted On Highway: କାଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ;ରାଜପଥରେ ମିଳିଲା ସନ୍ଦିଗ୍ଧ ଆଇଇଡି…ନଷ୍ଟ କଲେ ସୁରକ୍ଷାକର୍ମୀ
- ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଜଣ କ୍ୟାଡେଟ୍
- Year Ender 2025: ବଲିଉଡ ପାଇଁ ସ୍ୱତନ୍ତ୍ର ବର୍ଷ, ୨୦୧୬ର ଫ୍ଲପ୍ ଫିଲ୍ମ ୨୦୨୫ରେ ହେଲା ସୁପରହିଟ୍
- Teacher misbehaves: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
- Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍
- ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର
Comments are closed.