ଚେନ୍ନାଇ: କରୋନା ମହାମାରୀ କାଳରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଉଦଘାଟନୀ ମୁକାବିଲାରେ ଭେଟିବ । ସନ୍ଧ୍ୟା ୭ଟା୩୦ରେ ବିନା ଦର୍ଶକରେ ଏହି ହାଇ ଭୋଲଟେଜ ମୁକାବିଲା ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହେବ । ବାଙ୍ଗାଲୋର ବିପକ୍ଷରେ ମୁମ୍ବାଇର ପ୍ରଦର୍ଶନ ନିକଟରେ ଭଲ ରହିଛି । ଦଳ ଶେଷ ୧୦ଟି ମୁକାବିଲାରେ ୮ଟିରେ ବିଜୟ ହାସଲ କରିଛି । ତେବେ ଆଇପିଏଲ ପ୍ରଥମ ମୁକାବିଲାରେ ମୁମ୍ବାଇ ସବୁଠାରୁ ଅଧିକ ୮ଥର ପରାଜିତ ହୋଇଛି । ଏମଏ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ଭାବେ ସ୍ପିନରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିଥାଏ । ଯେଉଁ ଦଳର ସ୍ପିନର ଭଲ ପ୍ରଦର୍ଶନ କରିବ ସେହି ଦଳ ଫାଇଦାରେ ରହିବ । ଗ୍ଲେନ ମ୍ୟାକ୍ସୱେଲଙ୍କ ଉପସ୍ଥିତି ବାଙ୍ଗାଲୋରକୁ ଭଲ ସ୍ଥିତିରେ ରଖିଛି । ତେବେ ତାଙ୍କୁ କେଉଁ ସ୍ଥାନରେ ଦଳ ଖେଳାଇବ ସେ ନେଇ ଚିନ୍ତାରେ ରହିଛି । ଅନ୍ୟ ଅର୍ଥରେ ବାଙ୍ଗାଲୋର ବ୍ୟାଟିଂ ଏବଂ ମୁମ୍ବାଇ ବୋଲରଙ୍କ ମଧ୍ୟରେ ଏହି ମ୍ୟାଚରେ ମୁକାବିଲା ଦେଖିବାକୁ ମିଳିବ ।
ସମ୍ଭାବିତ ଏକାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଜେମ୍ସ ନୀଶମ, କୃଣାଳ ପାଣ୍ଡ୍ୟା, ନାଥାନ କୋଲ୍ଟର ନୀଲ/ଜୟନ୍ତ ଯାଦବ, ରାହୁଲ ଚାହର, ଟ୍ରେଂଟ ବୋଲ୍ଟ, ଯଶପ୍ରୀତ ବୁମରାହ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (ଅଧିନାୟକ), ଦେବୀଦତ ପାଡିକଲ, ଏବି ଡି’ଭିଲର୍ସ, ଗ୍ଲେନ ମ୍ୟାକ୍ସୱେଲ, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାୟଲ ଜେମିସନ, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚାହଲ ।
BREAKING NEWS
- CRPF ନିଯୁକ୍ତି: ଜାଣନ୍ତୁ କନଷ୍ଟେବଳଙ୍କ ଦରମା କେତେ ଏବଂ ଚୟନ ପ୍ରକ୍ରିୟା କ’ଣ?
- କଷ୍ଟମ୍ସ ବିଭାଗର ବଡ଼ ଖୁଲାସା: ଭୁଟାନ ଦେଇ ଚାଲାଣ ହେଉଛି ୧୫,୦୦୦ ବିଳାସପୂର୍ଣ୍ଣ ଚୋରା କାର
- FSSAIର ବଡ ନିଷ୍ପତ୍ତି; କୌଣସି ଖାଦ୍ୟରେ ମିଶିବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାରକୁ ଅନୁମତି
- Women’s Quota Amendment Bill: ମହିଳା ସଂରକ୍ଷଣ ବିଲ୍ ନେଇ ବିରୋଧୀଙ୍କୁ ଟାର୍ଗେଟ, ଲକ୍ଷ୍ନୌ ରାସ୍ତାରେ ‘ଜନଆକ୍ରୋଶ ମାର୍ଚ୍ଚ’, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ
- RPF ପୋଲିସର ବଡ଼ ସଫଳତା, ଶିଶୁ ଚାଲାଣ ବେଳେ ଉଦ୍ଧାର ହେଲେ ୧୩ ନାବାଳକ
- କଲବଲ କରୁଛି ତାତି: ୧୪ ସହରରେ ୪୦ ଡିଗ୍ରୀ ଉପରେ ପାରଦ, ହିଟୱେଭ ଜାରି
- ପୁଣି ଇସଲାମାବାଦ ଗସ୍ତ କରିବେ ଭାନ୍ସ, ଶାନ୍ତି ଆଲୋଚନାରେ ଯୋଗଦେବ ଇରାନ
- ପୁଣି ବଡ଼ ସଫଳତା, ଦୁର୍ଦ୍ଦାନ୍ତ ନକ୍ସଲ ଦାସରୁର ଆତ୍ମସମର୍ପଣ
- Apple ର CEO ପଦ ଛାଡ଼ିବେ ଟିମ୍ କୁକ୍, ୧୫ ବର୍ଷ ପରେ ଦେବେ ଇସ୍ତଫା
- ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ମାରପିଟ୍; ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
Comments are closed.