Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି ଦୈନିକ କରୋନା ସଂକ୍ରମଣ; ୧,୬୮,୯୧୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୬୮ ହଜାର ୯୧୨ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭କୁ ବୃଦ୍ଧି ପାଇଛି ।

ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୯୦୪ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୭୦ ହଜାର ୧୭୯ ଜୀବନ ନେଲାଣି।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୭୫,୦୮୬। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୧୨ ଲକ୍ଷ ୦୧ ହଜାର ୦୦୯।

Leave A Reply

Your email address will not be published.