Latest Odisha News

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ମନ୍ଦିରମାଳିନୀ ସହରରୁ ବିଶ୍ୱସ୍ତରୀୟ ସ୍ମାର୍ଟସିଟିରେ ପରିଣତ ହୋଇଛି ଭୁବନେଶ୍ୱର । ଏବେ ଭାରତର ଖେଳ ରାଜଧାନୀ ଭାବେ ଭୁବନେଶ୍ୱର ଉଭା ହୋଇଛି ।

ଭୁବନେଶ୍ୱର ସ୍ମାରକୀ, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ କରି ଭୁବନେଶ୍ୱରକୁ ଏକ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ନିରନ୍ତର ପ୍ରୟାସ କରାଯାଉଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.