Latest Odisha News

BREAKING NEWS

“ରେଡ୍‌ ଲିଷ୍ଟ୍‌ରେ” ଭାରତ‌; ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ

ଲଣ୍ଡନ: ବ୍ରିଟେନ ଭାରତକୁ ଏକ “ରେଡ୍‌ ଲିଷ୍ଟ୍‌ରେ” ଯୋଡିଛି। ଯେଉଁଥିରୁ କରୋନାର ପରିବର୍ତ୍ତିତ ରୂପକୁ ଦୃଷ୍ଟିରେ ରଖି ଭାରତରୁ ବ୍ରିଟେନକୁ ଯାତ୍ରା ସ୍ଥଗିତ ରହିଛି ବୋଲି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ବିସିସିଆଇ ଅନୁଯାୟୀ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଲୋକ ଭାରତରୁ ଯାତ୍ରା କରିଥିବା ବେଳେ ୨୩ ଏପ୍ରିଲ ଶୁକ୍ରବାର ଅପରାହ୍ନରୁ ପ୍ରବେଶକୁ ବାରଣ କରାଯିବ।

ବ୍ରିଟେନ କିମ୍ବା ଆୟର୍ଲାଣ୍ଡର ପାସପୋର୍ଟଧାରୀ କିମ୍ବା ବ୍ରିଟେନର ବାସିନ୍ଦା ଥିବା ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କିନ୍ତୁ ୧୦ ଦିନ ପାଇଁ ଏକ ସରକାରୀ ଅନୁମୋଦିତ ହୋଟେଲରେ କ୍ବାରେଣ୍ଟାଇନ୍‌ରେ କରିବାକୁ ପଡିବ।

ମ୍ୟାଟ ହାନକକ୍‌ଙ୍କ ଅନୁଯାୟୀ, ଭାରତର ନୂଆ ଷ୍ଟ୍ରେନ୍‌ର ୧୦୩ଟି ମାମଲା ୟୁକେରେ ରହିଛି।

ସ୍ୱାସ୍ଥ୍ୟ ସଚିବ ସୋମବାର ଦିନ ହାଉସ ଅଫ୍ କମନ୍ସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ନୂତନ ପ୍ରକାରର ମାମଲା – ଆନୁଷ୍ଠାନିକ ଭାବରେ B.1.617 ଭାବରେ ଜଣାଶୁଣା – ଅନ୍ତର୍ଜାତୀୟ ଯାତ୍ରା ସହିତ ଜଡିତ ଅଛି।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ “ତଥ୍ୟ ଅଧ୍ୟୟନ କରିବା ପରେ ଏବଂ ସତର୍କତା ଭିତ୍ତିରେ ଆମେ ଭାରତକୁ ‘ରେଡ୍‌ ଲିଷ୍ଟ୍‌’ରେ ଯୋଡିବା କଷ୍ଟସାଧ୍ୟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

Comments are closed.