Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍‌ କରିଥିବା ଜଣାପଡ଼ିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥିବା ଜଣାପଡ଼ିଛି।

 

ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ସେ କହିଛନ୍ତି।

“ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ, ମୁଁ କରୋନା ପରୀକ୍ଷା କରିଛି। ମୋ ରିପୋର୍ଟ ପଜିଟିଭ ଆସିଛି। ଯେଉଁମାନେ ମୋ ସହ ଯୋଗାଯୋଗରେ ଅଛନ୍ତି, ଦୟାକରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ରାହୁଲ ଟ୍ୱିଟ୍ କରି କହିଛନ୍ତି।”

Comments are closed.