Latest Odisha News

BREAKING NEWS

DL ଓ LL ଟେଷ୍ଟ ବାତିଲ, କୌଣସି ଆରଟିଓରେ ହୋଇପାରିବନି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଇଛି କରୋନା ମହାମାରୀ । ଦିନକୁ ଦିନ ବଢୁଛି ଅକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଆଜି ସରକାର ଡ୍ରାଇଭିଂ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ ।

ଏକ ବିଜ୍ଞପ୍ତିରେ ରାଜ୍ୟ ପରିବହନ ପ୍ରାଧିକରଣ କହିଛି ଯେ, ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଏବଂ ଶିକ୍ଷାର୍ଥୀ ଲାଇସେନ୍ସ ପାଇଁ ସମସ୍ତ ପରୀକ୍ଷା ଏପ୍ରିଲ ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସୂଚନା ଦେବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଥିଲେ ସରକାର ।  

Leave A Reply

Your email address will not be published.