Latest Odisha News

BREAKING NEWS

ରାଜଧାନୀରେ ବଢିଲା ଅଟୋ ଭଡା

ଭୁବନେଶ୍ୱର: ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଅଟୋରିକ୍ସା ଯାତ୍ରୀଙ୍କୁ ଏବେ ଦୁଇଗୁଣା ଭଡା ଦେବାକୁ ପଡ଼ିବ। ଏ ନେଇ ରାଜଧାନୀ ଅଟୋ-ରିକ୍ସା ମହାସଙ୍ଘ ଭଡା ବୃଦ୍ଧି କରିଥିବା ସୂଚନା ମିଳିଛି।

ଜଣେ ଯାତ୍ରୀଙ୍କୁ ବର୍ତ୍ତମାନ ୩ କିଲୋମିଟର ମଧ୍ୟରେ ୫୦ ଟଙ୍କା ଦେବାକୁ ପଡ଼ିବ। ଏହାଛଡ଼ା ପ୍ରତି କିଲୋମିଟର ପିଛା ଯଥାକ୍ରମେ ୨୦ ଏବଂ ୧୦ ଟଙ୍କା ପରିବର୍ତ୍ତେ ୧୫ ଟଙ୍କା ଦେବାକୁ ପଡ଼ିବ।

ଆସୋସିଏସନ ଅନୁଯାୟୀ ପରିବହନ ବିଭାଗ ଦ୍ବାରା ୨୦୦୫ ଠାରୁ ଭଡା ସ୍ଥିର କରାଯାଇ ନାହିଁ ଯେଉଁ କାରଣରୁ ‌ଅଟୋ ଚାଳକମାନେ ନିଜ ଅନୁସାରେ ଯାତ୍ରୀଙ୍କଠାରୁ ଭଡା ନେଉଥିଲେ।

ଚାଳକ ଏବଂ ଯାତ୍ରୀଙ୍କ ମଧ୍ୟରେ ବିବାଦକୁ ଏଡ଼ାଇବା ପାଇଁ ଭଡା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି।

Comments are closed.