Latest Odisha News

ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୭କୁ ବୃଦ୍ଧି ପାଇଛି ।

ଆଜି ଓଡ଼ିଶା ସରକାର ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୭ ବୋଲି ଘୋଷଣା କରିଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଡ଼େପୁଟି ସ୍ପେସାଲ ରିଲିଫ କମିଶନର ପ୍ରଭାତ କୁମାର ମହାପାତ୍ର କହିଛନ୍ତି, ୪୫ଟି ଘଟଣା ସନ୍ଦେହ ବଳୟକୁ ଆସଥିଲେ ମଧ୍ୟ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୭ ବୋଲି ଚିହ୍ନଟ କରାଯାଇଛି ।

ତେବେ ବାକି ୩୭ଟି ଘଟଣାଗୁଡ଼ିକ ପ୍ରକୃତରେ ଅଂଶୁଘାତ ଜନିତ କି ନୁହେଁ ସେସମସ୍ତ ରିପୋର୍ଟ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଅବଗତ କରାଯାଇଛି ।

ତେବେ ଭାରତୀୟ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ଜୁନ ୨୩ରୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୁନର୍ବାର ସକ୍ରିୟ ହୋଇ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.