Latest Odisha News

ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁବାର ଦିନ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ଜଣେ ବିବାହିତ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ରଘୁନାଥପାଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ।

ତେବେ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଉଦ୍ଧାର ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.